କନ୍ୟାଆଶ୍ରମରେ ଅଜଣା ରୋଗର ଭୟ : ଛାତ୍ରୀଙ୍କ ମୃତ୍ୟୁ ପରେ ଗୁରୁତର ହେଲେ ୨୫ ଜଣ ଅନ୍ତେବାସୀ , ତଦନ୍ତ ପାଇଁ ପହଞ୍ଚିଲେ ସ୍ବାସ୍ଥ୍ୟ ବିଭାଗ ସଚିବ …
1 min readବାଲେଶ୍ୱର : ବାଲେଶ୍ବର ଜିଲ୍ଲା ସୋର ପୁରବାଇ କନ୍ୟାଶ୍ରମ ରେ ଜଣେ ଅନ୍ତେବାସୀ ମୃତ ୨୫ ରୁ ଉର୍ଦ୍ଧ୍ବ ଗୁରୁତର ଘଟଣାରେ ପୁରବାଇ କନ୍ୟାଶ୍ରମ ଓ ସୋର ଡାକ୍ତର ଖାନା ରେ ପହଞ୍ଚି ତଦନ୍ତ କରିଛନ୍ତି ସ୍ବସ୍ଥ୍ୟ ବିଭାଗ ସଚିବ। ସୁଚନା ଅନୁସାରେ ଗୁରୁବାର ରାତିରେ ୩ ଜଣ ଅନ୍ତେବାସୀ ବାନ୍ତି କରିଥିଲେ । ପରେ ଆହତ ମାନଙ୍କୁ ସୋର ଡାକ୍ତର ଖାନା କୁ ନେଇଥିଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ ବାଲେଶ୍ବର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଉକ୍ତ ଘଟଣାରେ ଗତକାଲି ଖବର ପାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ କମିଟି ଆଶ୍ରମରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଏକ ଡକ୍ତରି ଟିମ ପହଞ୍ଚି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିବା ପରେ ୨୬ ଜଣ ଅନ୍ତେବାସୀ ଙ୍କୁ ସୋର ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ ସେମାନଙ୍କ ମଧ୍ୟରୁ ଜଣକୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ର ସଚିବ ଡ଼. ନିରଞ୍ଜନ ମିଶ୍ର,ଜଏନ ଡ଼ାଇରେକ୍ଟର ଓଡିଶା ଡ଼. ଅଶୋକ ପଡ଼ିଆରୀ,ଡ଼ି ପି ଏଚ ଓ ଡ଼. ମୃତ୍ୟୁଞ୍ଜୟ ମିଶ୍ର,ଏଡି ଏମଓ ଡ଼. ଏସ ଏସ ଚୌଧୁରୀ, ଏପି ଡେ ମୋ ଲୋଜିଷ୍ଟ ଡ଼. ଅରୁପ ଅଭିଷେକ,ଡ଼ିଏସଭି ବିଶ୍ୱେଶ୍ୱର ନନ୍ଦ,ଭି ବି ଡି କନସଲଟ ଆଲୋକ ପତି ପ୍ରମୁଖ ପୁରବାଇ କନ୍ୟାଶ୍ରମ ଓ ସୋର ଡାକ୍ତର ଖାନା ରେ ପହଞ୍ଚି ଆଶ୍ରମ କର୍ତ୍ତୃପକ୍ଷ ଓ ଅନ୍ତେବାସୀ ଙ୍କୁ ସ୍ବସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।
ସୋର ଡାକ୍ତର ଖାନା ରେ ପହଞ୍ଚି ଭର୍ତ୍ତି ହୋଇଥିବା ଅନ୍ତେବାସୀ ଙ୍କୁ ଭେଟି ସ୍ବସ୍ଥ୍ୟାବସ୍ଥା ପଚାରି ବୁଝି ଥିଲେ । ଅନ୍ତେବାସୀ ମାନଙ୍କ ର କେଉଁ କାରଣରୁ ଜ୍ବର ଓ ବାନ୍ତି ହେଲା ରକ୍ତ ପରିକ୍ଷାର ରିପୋର୍ଟ ଆସିଲେ ଜଣାପଡିବ ବୋଲି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।