Pratidin TV

Odisha's Digital News Platform

ବନ୍ଧୁଙ୍କ ରକ୍ତ କର୍କଟ ରୋଗ ଚିକିତ୍ସା ପାଇଁ ଦରକାର ପଡିଲେ ନିଜ ପେନସନ ରାଶି କରିବେ ବୋଲି ଘୋଷଣା କଲେ କପିଲ ଦେବ

ନୂଆଦିଲ୍ଲୀ ଭାରତୀୟ ଦଳକୁ ପ୍ରଥମ ବିଶ୍ୱକପ ଦେଇଥିବା ବେଳେ କ୍ୟାପଟେନ କପିଲ ଦେବ ଏହି ସମୟରେ ଦୁଃଖିତ । କପିଲ ଦେବଙ୍କ ଦୁଃଖର କାରଣ ହେଉଛି ତାଙ୍କର ପୂର୍ବତନ ସାଥୀ କ୍ରିକେଟର ତଥା ଭଲ ବନ୍ଧୁଙ୍କ ଅସୁସ୍ଥତା। ତାଙ୍କର ଜଣେ ପୂର୍ବତନ ସାଥୀ ବର୍ତ୍ତମାନ ଜୀବନ ବିପଦରେ ଅଛି ଏବଂ ତାଙ୍କ ଅବସ୍ଥା ଦେଖିବା ପରେ କପିଲ ଦେବ ଦୁଃଖିତ ଅଛନ୍ତି । ସେ ଆଉ କେହି ନୁହନ୍ତି, ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଭାରତୀୟ ଦଳର ପ୍ରଶିକ୍ଷକ ଅଂଶୁମାନ ଗାଇକୱାଡ।

ଅଂଶୁମାନ ବର୍ତ୍ତମାନ ରକ୍ତ କର୍କଟ ସହିତ ଲଢ଼ୁଛନ୍ତି । ସେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। କପିଲ ନିଜ ସାଙ୍ଗକୁ ସାହାଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ | କେବଳ କପିଲ ନୁହଁନ୍ତି, ଅଂଶୁମାନଙ୍କ ସହ ଖେଳିଥିବା ଅନେକ ପୂର୍ବତନ କ୍ରିକେଟରମାନେ ଅଂଶୁମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି ଏବଂ ତାଙ୍କୁ ସମସ୍ତ ପ୍ରକାରରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି।

ତେବେ, ଅଂଶୁମାନଙ୍କ ଚିକିତ୍ସା ପାଇଁ ଯଦି ଆବଶ୍ୟକ ପଡେ ତେବେ ନିଜ ପେନସନ ଅର୍ଥ ରାଶି ଦେବେ ବୋଲି ଘୋଷଣା କରିଛନ୍ତି କପିଲ ଦେବ | ଅଂଶୁମାନଙ୍କୁ ରକ୍ତ କର୍କଟ ଚିକିତ୍ସା ପାଇଁ ଅଧିକରୁ ଅଧିକ ଅର୍ଥ ଦରକାର | ତେଣୁ ବିସିସିଆଇ ଠାରୁଆର୍ଥିକ ସହଯୋଗ ଲୋଡିଛନ୍ତି |

Leave a Reply

Your email address will not be published. Required fields are marked *