Pratidin TV

Odisha's Digital News Platform

ଲୋକଙ୍କୁ ହସାଇବାକୁ ପୁଣି ଫେରୁଛନ୍ତି କପିଲ ଶର୍ମା କିନ୍ତୁ ଏଥର ଟିଭି ନୁହେଁ ବରଂ ଓଟିଟିରେ ଆସିବେ ନଜର..

କପିଲ ଶର୍ମା ନାଁ ହିଁ ଯଥେଷ୍ଟ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ । ସାରା ଦେଶ ନୁହେଁ ବିଶ୍ୱର ଘରେ ଘରେ ଲୋକପ୍ରିୟ କମେଡିଆନ ହେଉଛନ୍ତି କପିଲ ଶର୍ମା । ଯାହାକୁ ଦେଖିବାକୁ ଲୋକ ପାଗଳ ହୋଇ ଯାଆନ୍ତି । ଯାହାର ପଦେ କଥା ଶୁଣିବାକୁ କାହିଁ କେଉଁ କୋଣରୁ ଲୋକେ ତାଙ୍କ କାର୍ଯ୍ୟକ୍ରମକୁ ଚାଲିଆସନ୍ତି । ତେବେ କପିଲଙ୍କ ଲୋକପ୍ରିୟ ଶୋ ‘ଦ କପିଲ ଶର୍ମା ଶୋ’ କୁ କିଏ ବା ନଜାଣେ । ଦୀର୍ଘ ବର୍ଷ ହେଲା ଏହି ଶୋ ଲୋକଙ୍କୁ ହସାଇ ଆସୁଛି । ତେବେ କିଛି ଦିନ ହେବ ଏହା ବନ୍ଦ ରହିଛି । କାରଣ ନିଜର କିଛି ପ୍ରୋଗ୍ରାମ ପାଇଁ କପିଲ ତାଙ୍କ ଟିମ ସହ ବିଦେଶ ଗସ୍ତରେ ଥିଲେ । ହେଲେ ପୁଣି ଥରେ ପରଦାକୁ ଫେରିବା ନେଇ ଘୋଷଣା କରିଛନ୍ତି କପିଲ ।

ହଁ ଏଥର କିନ୍ତୁ ଟିଭି ନୁହେଁ ନେଟଫ୍ଲିକ୍ସରେ ଲୋକଙ୍କୁ ହସାଇବାକୁ ଆସିବେ । କେବଳ ସେ ଏକା ନୁହେଁ ତାଙ୍କ ସହ ତାଙ୍କର ପୁରୁଣା ଟିମ ମଧ୍ୟ ସାମିଲ ରହିଛନ୍ତି । ପ୍ରଥମେ କପିଲଙ୍କ ଶୋ କର୍ଲର ଚ୍ୟାନେଲରେ ଆସୁଥିଲା ତା ପରେ ପରେ ଏହା ସୋନୀକୁ ସିଫ୍ଟ ହୋଇ ଯାଇଥିଲା । ତେବେ ର୍ତ୍ତମାନ ଏହା ନେଟଫ୍ଲିକ୍ସରେ ଆସିବ ।ଏନେଇ ଆଜି କପିଲଙ୍କ ଟିମ ପକ୍ଷରୁ ଏକ ଭିଡିଓ କରି ପୋଷ୍ଟ କରାଯାଇଛି ।ଯାହାକୁ ଶିଣୁବା ପରେ ପୁଣି ଥରେ ହସିବାକୁ ପ୍ରସ୍ତୁତ ହୋଇଗଲେଣି ଲୋକେ । ଏଥର କିନ୍ତୁ ଟିଭି ନୁହେଁ ଓଟିଟ ଆପ ନେଟଫ୍ଲିକ୍ସରେ ଏହାର ମଜା ଉଠାଇବ ।

ଯାହାର ପ୍ରମୋରେ ଆପଣ ଦେଖି ପାରିବେ କପିଲ କହୁଛନ୍ତି ନୁଆ ଘର ନେଇଛି ମାନେ ସବୁ ନୂଆ ଜିନିଷ ଆସିବ ।ତେବେ ତା ଭିତରେ ସେ ପୁରୁଣା ଲୋକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ଆଉ କହିଥିଲେ ନୂଆ ଘରେ ମତେ ସବୁ ନୂଆ ଦରକାର । ତା ପରେ ଘର ସିନା ନୂଆ ଲୋକେ ସବୁ ପୁରୁଣା ରହିବେ । ତେବେ ପ୍ରମୋରେ କେବଳ କପିଲଙ୍କ ବ୍ୟତୀତ ,ଅର୍ଚ୍ଚନା ପୁରନସିଂ, ରାଜୀବ ଠାକୁର, କିକୁ ଶାରଦା, କ୍ରୀଷ୍ଣା ଅଭିଷେକ ଦେଖାଦେଇଥିବା ବେଳେ ଭାରତୀ ସିଂ,ଚନ୍ଦୁ ଏବଂ ସୁମୋନା ନଜର ଆସି ନଥିଲେ ।

Leave a Reply

Your email address will not be published. Required fields are marked *