Pratidin TV

Odisha's Digital News Platform

(ଭିଡିଓ) ବଳକା ଚା’ ହେଲା କାଳ ; କରମଣ୍ଡଳରେ ଚଢି ଆଉ ଫେରିଲେନି ମଣ୍ଡଳ ଦାଦା ..

1 min read

ବାଲେଶ୍ୱର ; ବାହନଗାର ଛାତିଥରା ଦୃଶ୍ୟ ସାରା ଭାରତବାସୀଙ୍କୁ ସ୍ତବ୍ଧ କରିପକାଇଛି । ୩ ଦିନ ହେବ ଚଳଚଞ୍ଚଳ ଦେଶ ଏଭଳି ଏକ ଘଟଣା ପରେ ନିରବୀ ଯାଇଛି । ଜୁନ୍ ୨ ଶୁକ୍ରବାର ସନ୍ଧ୍ୟା ୬.୪୦ ସମୟରେ ବଦଳିଯାଇଥିଲା ଶହ ଶହ ଲୋକଙ୍କ ମୋଡ । ଷ୍ଟେସନ ରେ କରମଣ୍ଡଳ ଟ୍ରେନରେ ଚଢି ନିଜ ମୃତ୍ୟୁକୁ ଡାକି ଆଣିଥିଲେ ଲୋକ । ବୋଧହୁଏ କିଛି ମୃତ୍ୟୁ ଆଗରୁ ଧାର୍ଯ୍ୟ ଥିଲା ଆଉ କିଛି ମଣିଷ ନିଷ୍ପତ୍ତିରେ ହୋଇଥିଲା । ହଁ ଆମେ କହୁଛୁ ମଣ୍ଡଳ ଦାଦାଙ୍କ କଥା । ପଶ୍ଚିମବଙ୍ଗ ଶାଣପୁରର ନିବାସୀ ପିନାକି ମଣ୍ଡଳ ବା ମଣ୍ଡଳ ଦାଦା । ହାୱଡାରେ ଲେମ୍ବୁ ଚା / ଲେମନ ଟ୍ରି ବିକ୍ରିକରନ୍ତି । ପରିବାର କଲିକତାରେ ରହୁଥିବା ବେଳେ ବାଲେଶ୍ୱରରେ ନିଜ ସାଥୀମାନଙ୍କ ସହ ରହି ଚା ବେପାର କରନ୍ତି ମଣ୍ଡଳ ଦା । ସେଦିନ ମଧ୍ୟ ଚା ବିକ୍ରି ସାରି ନିଜ ରୁମକୁ ଫେରିଆସିଥାନ୍ତେ ହେଲେ କେଟିଲରେ କିଛି ଚା ବଳକା ରହିଯାଇଥିଲା । ଯାହାକୁ କରମଣ୍ଡଳ ଟ୍ରେନରେ ଚଢି ବିକ୍ରି କରିଦେଇ ପୁଣି ଫେରିଆସିଥାନ୍ତେ ମଣ୍ଡଳ ଦାଦା ହେଲେ ବଳକା ଚା ହିଁ ସାଜିଗଲା କାଳ ..

Advertisement

Leave a Reply

Your email address will not be published. Required fields are marked *