Pratidin TV

Odisha's Digital News Platform

ଷ୍ଟେଜ୍‌ରେ ଏଭଳି କଲେ କରନ୍‌, ଶେଷରେ ବାଧ୍ୟ ହୋଇ ମାଧୁରୀ ଦିକ୍ଷିତ୍ ଏବଂ ନୋରା ଫତେହି ଉଠିଯାଇଥିଲେ ନିଜ ନିଜ ଚେୟାରରୁ

1 min read

ନୂଆଦିଲ୍ଲୀ : ନିକଟରେ ସେପ୍ଟେମ୍ବର ୩ ରୁ କଲର୍ସ ନିଜର ବହୁ ଚର୍ଚ୍ଚିତ ଶୋ ଝଲକ ଦିଖଲାଜା ସିଜିନ ୧୦ ର ଆରମ୍ଭ କରିଥିଲା । ଯାହାର ଟିଆରପି ବର୍ତ୍ତବାନ କଲର୍ସର ସବୁ ଶୋକୁ ପଛରେ ପକାଇ ଦେଇଛି । ଏଥିରେ ପ୍ରତିଯୋଗୀ ଭାବରେ ରୁବିନା ଦିଲାୟକ,ନିଆ ଶର୍ମା,ନୀତି ଟେଲର ,ପାରସ କଲନାଓାଟ ,ଫେଜଲ ସେଖ୍‌,ଜୋରୱାର କଲରା,ଗୁଞ୍ଜାନ ସିହ୍ନା,ଗଶ୍ମିରମହାଜନ,ଧୀରଜ ଧୋପର,ଅଲ୍ଳୀ ଏବଂ ଶିଳ୍ପା ସିନ୍ଦେ ଅଂଶଗ୍ରହଣ କରିଥିଲେ । ସେହିଭଳି କରଣ ଜୋହର,ମାଧୁରି ଦୀକ୍ଷିତ ଏବଂ ନୋରା ଫତେହ ଏଥିରେ ଜଜ୍ ଥିବାବେଳେ ମନିସ୍ ପାଲ ହୋଷ୍ଟି କରୁଛନ୍ତି । ତେବେ ଗତକାଲି ଏହି ଶୋ ରେ କରଣ ଛୁଆଙ୍କ ଭଳି ଭୋ ଭୋ ହୋଇ କାନ୍ଦି ଉଠିଲେ , ଯେଉଁଥିପାଇଁ ବାଧ୍ୟହୋଇ ମାଧୁରି ଦୀକ୍ଷିତ ଏବଂ ନୋରାଫତେହି ନିଜର ଚ୍ୟାୟାର ଛାଡି କରନଙ୍କୁ ଆସି ବୁଝାଇଥିଲେ ।

କାହିଁକି କାନ୍ଦିଥିଲେ କରନ ?
ଗତକାଲି କଣ୍ଟେଷ୍ଟାଣ୍ଟ ମାନେ ନିଜ ନିଜ ମାଁ ବାପାଙ୍କୁ ମନେପକାଇ ପରଫୋମାନ୍ସ କରିଥିଲେ । ନିୟା ଶର୍ମା ଏବଂ ପାରସ୍ ନିଜର ନିଜର ତ୍ସର୍ଗତ ବାପାଙ୍କୁ ମନେପକାଇ ପଫୋମାନ୍ସ କରିବାବେଳେ , ଅମୃତା ଖାନଭିଲକର ନିଜ ମାଙ୍କୁ ତାଙ୍କ ନାଚ ଡେଡିକେଟ୍ କରିଥିଲେ । ସେହିଭଳି ଏକ ଭିନ୍ନ ଧରଣର ପରଫୋମାନ୍ସ ଦେଇଥିଲେ ଆମ ସଭିଙ୍କ ପ୍ରିୟ ‘କେସି ୟେ ୟାରିଆଁ ’ସିରିଏଲର ହିରୋଇନ୍ ନିତି ଟେଲର ଏବଂ ତାଙ୍କ କୋରିଓଗ୍ରାଫର ଆକାଶ । ଯାହାକୁ ଦେଖିବା ପରେ କଣ ଭାବବିହୋଳ ହୋଇପଡି କାନ୍ଦି ପକାଇଥିଲେ ଷ୍ଟେଜ୍ ରେ ।

Advertisement

ନିତି ଏବଂ ତାଙ୍କ କୋରିଓଗ୍ରାଫର କରନଙ୍କ ଜାଆଁଳା ଛୁଆଁ ୟଶ୍ ଓ ରୁହିଙ୍କ ଭୂମିକାରେ ନଜର ଆସି ଏକ ଦମ୍‌ଦାର ଇମସୋନାଲ ଭରା ପରଫୋମାନ୍ସ ଦେଇଥିଲେ । ତାସହ ଷ୍ଟେଜରେ ୟଶ୍ ଓ ରୁହିଙ୍କ ଏକ ଭିଡିଓକୁ ମଧ୍ୟ ସାମିଲ୍ କରିଥିଲେ କୋରିଓଗ୍ରାଫର ଆକାଶ । ଯାହାକୁ ଦେଖିବା ପରେ ଆଉ ସମ୍ଭାଳି ହୋଇ ରହିପାରିନଥିଲେ । ନିଜ ଛୁଆଙ୍କୁ ମନେପକାଇ ଭୋ ଭୋ ହୋଇ କାନ୍ଦିପକାଇଥିଲେ କରନ ।

ତେବେ ୨୦୦୭ ରେ କରନ ୟଶ୍ ଓ ରୁହି ନାମକ ୨ ଜାଆଁଳା ଭାଇ ଭଉଣୀଙ୍କୁ ସରୋଗେସି ମାଧ୍ୟମରେ ସ୍ୱାଗତ କରିଥିଲେ ନିଜ ଘରକୁ । ତେବେ ୨୦୦୭ ପରଠୁଁ ହିଁ କରନ ଏକ ସିଙ୍ଗିଲ ପ୍ୟାରେଣ୍ଟ ଭାବେ ଉଭୟଙ୍କ ଳାଳନ ପାଳନ କରିଛନ୍ତି । ନିଜ ଫିଲ୍ମ ଏବଂ ଶୋ ଗୁଡିକୁ ନେଇ କରନ ସବୁବେଳେ ବ୍ୟସ୍ତ ରହୁଥିବା ବେଳେ ଦୁଇ ପୁଅ ଝିଅଙ୍କୁ ବହୁତ ମିସ୍ କରୁଛନ୍ତି ସେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *