Pratidin TV

Odisha's Digital News Platform

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା…

1 min read

ରାଜସ୍ଥାନରେ ଦେଖାଦେଇଛି ନିର୍ବାଚନର ପରବର୍ତ୍ତୀ ହିଂସା । ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା । ରାଜସ୍ଥାନର ରାଜଧାନୀ ଜୟପୁରରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସୁଖଦେବ ସିଂ ଘରେ ଥିବା ବେଳେ କିଛି ଅଜଣା ତାଙ୍କ ଘରେ ପଶି ଗୁଳି କରି ହତ୍ୟା କରିଛନ୍ତି । ଯାହାର ଭିଡିଓ ରୁମରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସୁଖଦେବ ସିଂଙ୍କ ଉପରକୁ ଗୁଳି ଚଳାଇବା ସୂଚନା ପାଇବା ମାତ୍ରେ ସମଗ୍ର ପୋଲିସ ପ୍ରଶାସନରେ ଆତଙ୍କ ଖେଳିଯାଇଥିଲା । ସ୍ଥାନୀୟ ପୋଲିସ ବ୍ୟତୀତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାରି ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ସୁଖଦେବ ସିଂ ଗୋଗାମେଡିଙ୍କ ଉପରେ ଚାରି ରାଉଣ୍ଡ ଗୁଳିମାଡ କରାଯାଇଛି । ସୁଖଦେବ ସିଂଙ୍କର କେଉଁଠାରେ ଗୁଳି ବାଜିଛି ଏବଂ କିଏ ଗୁଳିମାଡ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ସୁଖଦେବ ସିଂ ଗୋଗାମେଡି ଦୀର୍ଘ ଦିନ ଧରି ରାଷ୍ଟ୍ରିୟ କରଣୀ ସେନା ସହିତ ଜଡିତ ଥିଲେ । ବହୁ ଦିନ ପୂର୍ବରୁ କରଣୀ ସେନା ସଂଗଠନରେ ବିବାଦ ପରେ ସେ ରାଷ୍ଟ୍ରିୟ ରାଜପୁତ କରଣୀ ସେନା ନାମରେ ଏକ ଅଲଗା ସଂଗଠନ ଗଠନ କରିଥିଲେ । ଯାହାର ସେ ନିଜେ ସଭାପତି ଥିଲେ । ଫିଲ୍ମ ପଦ୍ମାବତ ଏବଂ ଗ୍ୟାଙ୍ଗଷ୍ଟର ଆନନ୍ଦପାଲ ଏନକାଉଣ୍ଟର ପରେ ରାଜସ୍ଥାନରେ ହୋଇଥିବା ବିରୋଧ ଯୋଗୁଁ ସେ ଲାଇମଲାଇଟ୍ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *