Pratidin TV

Odisha's Digital News Platform

ବିବାହ ବେଳେ ମିଳିଥିଲା ଚେତାବନି, ହେଲେ କାହାକଥା ଶୁଣିଥିଲେ କରୀନା…

ବଲିଉଡର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ କରୀନା କପୁର ଅନ୍ୟତମ । ୪୩ ବର୍ଷ ବୟସରେ ମଧ୍ୟ ସେ ଛୋଟ ଭୂମିକାରେ ନୁହେଁ ବରଂ ସବୁବେଳେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ବଲିଉଡରେ ସେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ଯେତେବେଳେ କରିନାଙ୍କ ବିବାହ କଥା ଉଠେ ସେତେବେଳେ ସୈଫ ଏବଂ କରିନାଙ୍କ ବୟସ ଅନ୍ତରର କଥା କୁହାଯାଏ । କାରଣ ସୈଫ କରିନାଙ୍କ ପୂର୍ବରୁ ବିବାହିତ ଥିଲେ । ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲା । ହେଲେ ଏସବୁକୁ ଭୃକ୍ଷେପ ନକରି କରିନା ସୈଫଙ୍କ ହାତ ଧରିଥିଲେ ।

ଯେତେବେଳେ କରୀନା ତାଙ୍କୁ ବିବାହ କରିବାକୁ ସ୍ଥିର କରିଥଲେ । ସେତେବେଳେ ତାଙ୍କ ପରିବାରରେ କୈାସଣସି ଅସୁବିଧା ନଥିଲା । କିନ୍ତୁ କରୀନାଙ୍କର କିଛି ପ୍ରଶଂସକ କରିନାଙ୍କୁ ଚେତାବନୀ ଦେଇଥିଲେ । କିଛି ଲୋକ କହୁଥିଲେ ଦୁଇ ସନ୍ତାନର ପିତା ସୈଫ ସ୍ତ୍ରୀକୁ ଛାଡପତ୍ର ଦେବା ପରେ କରିନାଙ୍କୁ ବିବାହ କଲେ କରିନାଙ୍କ କ୍ୟାରିୟର ନଷ୍ଟ ହୋଇଯିବ ବୋଲି । ଯାହାକୁ ନେଇ ଚିନ୍ତାରେ ପଡିଯାଇଥିଲେ କରୀନା । କିନ୍ତୁ ପରେ ଏହିସବୁ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ସେ କହିଥିଲେ ଯେ ଯାହା ଘଟିବ ତାହା ଦେଖିବାକୁ ବାକି ରହିଲା । ତେବେ କରୀନା କାହା କଥା ଶୁଣିନଥିଲେ । ଶେଷରେ ସେ ସୈଫ୍‌୍‌ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସେମାନଙ୍କର ବିବାହ ହେବାର ୧୧ ବର୍ଷ ବିତିଗଲାଣି । ତଥାପି ଦୁହେଁ ଏକାଠି ଅଛନ୍ତି । ବର୍ତ୍ତମାନ କରିନା ଦୁଇ ସନ୍ତାନର ମା’ । ସୈଫଙ୍କ ପ୍ରଥମ ବିବାହ ଅମୃତା ସିଂଙ୍କ ସହ ହୋଇଥିଲା । ଯାହା ପରେ ସେ ଦୁଇ ସନ୍ତାନର ପିତାମାତା ହୋଇଥିଲେ । ଏହି ବିବାହ ୧୩ ବର୍ଷ ପରେ ଭାଙ୍ଗିଗଲା । ଛାଡପତ୍ରର କିଛି ବର୍ଷ ପରେ ସୈଫ କରୀନାଙ୍କୁ ପୁଣି ଥରେ ବିବାହ କରିଥିଲେ । କିନ୍ତୁ ଅମୃତା ପୁନର୍ବାର ବିବାହ ନକରି ଏକାକି ନିଜ ପିଲାମାନଙ୍କ ଦାଇତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *