Pratidin TV

Odisha's Digital News Platform

୨୩ବର୍ଷ ପୁରିଲା କାରଗିଲ ବିଜୟ ଯୁଦ୍ଧକୁ : ଆଜି ଦେଶବ୍ୟାପି ସହିଦ ଜବାନ ମାନଙ୍କୁ ଶ୍ରଦ୍ଧାଞଳି ଜ୍ଞାପନ

1 min read

ପ୍ରତିବର୍ଷ ଜୁଲାଇ ମାସ ୨୬ ତାରିଖରେ କାରଗିଲ ବିଜୟ ଦିବସ ପାଳନ କରନ୍ତି ସାରା ଭାରତବାସି । ଯୌବନରେ ନିଆଁ ଲଗାଇ ,ଘର ପରିବାର ,ବାପା ମାଁଙ୍କୁ ପର କରି ନିଜ ଜୀବନର ଆହୁତି ଦେଇଥିଲେ ଆଜି ଦିନରେ ଭାରତର ବୀର ପୁତ୍ରମାନେ । ଏହି ଯୁର୍ଦ୍ଧରେ ସହିଦ ହୋଇଥିବା ଆମ ଦେଶର ବୀର ପରାକ୍ରମି ଜବାନ ମାନଙ୍କ ବଳିଦାନକୁ ସମ୍ମାନ ଜଣାଇବା ଆମ ଭାରତବାସି ଙ୍କ ମୁଖ୍ୟ ଲକ୍ଷ ।୧୯୯୯ମସିହା ମେ ୩ ରୁ ଆରମ୍ଭ ହୋଇ ପ୍ରାୟ ୩ ମାସ ଚାଲି ୨୬ ଜୁଲାଇରେ ବିଜୟ ପ୍ରାପ୍ତ କରିଥିଲା ଭାରତ । ଆଜି ସେହି ବୀର ମାନଙ୍କୁ ମାନେପକାଉଛି ତାଜନ୍ମ ମାଟି ।

ପାକିସ୍ଥାନ ବିରୁର୍ଦ୍ଧରେ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ ଓ ଦେଶବାସୀ । ଆଜି ୨୩ ବର୍ଷ ପୁରୁଛି ଏହି କାରଗିଲ ବିଜୟ ଦିବସକୁ । ଏନେଇ ସାରାଦେଶ ବ୍ୟାପି ଚାଲିଛି ବିଜୟ ଦିବସର ଶ୍ରର୍ଦ୍ଧାଞଳି । ଦେଶ ତାର ଅନେକ ବୀରପୁତ୍ର ମାନଙ୍କୁ ହରେଇଥିଲା କେମିତି ଭୁଲିଯିବା ଆଜିର ସେ ଦିନକୁ । ଦେଶ ତେବେ ବୀର ଜବାନ ମାନଙ୍କ ନେଇ ଆମେ ଗର୍ବର ସହିତ କହିପାରିବା ଦେଶର ପ୍ରକୃତ ହିରୋ ଆମ ଜବାନ (ଜୟ ଜବାନ) । ତେବେ କାରଗିଲ ବିଜୟ ଯୁଦ୍ଧ କେବଳ ଅନୁପ୍ରବେଶକାରୀଙ୍କ ଉପରେ ଭାରତର ବିଜୟ ନୁହେଁ ବରଂ ଏହା ଅଖଣ୍ଡ ଭାରତର ,ବିଶ୍ୱାସ,ସାମର୍ଥ୍ୟ,ସଂକଳ୍ପ ଓ ଏକତାର ପ୍ରତିକ ଅଟେ ।

Advertisement

Leave a Reply

Your email address will not be published. Required fields are marked *