Pratidin TV

Odisha's Digital News Platform

ବକ୍ସ ଅଫିସରେ ଧମାଲ କରୁଛି ଓଡିଆ ଫିଲ୍ମ କର୍ମ , ୩ ଦିନରେ ଇନକମ୍ ଟପିଲା ୧ କୋଟି..

1 min read

ଓଡିଆ ସିନେମାକୁ ହଲ୍ ନମିଳିବା ବିବାଦ ଭିତରେ କର୍ମ କମେଇଛି ୧ କୋଟି । ଅନୁପମ୍ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଅନୁଭବ ମହାନ୍ତିଙ୍କ କର୍ମ ଫିଲ୍ମ ଦଶହରାରେ ଦମଦାର୍ ଇନକମ୍ କରିଛି । ଲଗାତର ୩ ଦିନରୁ ହାଉସ୍‌ଫୁଲ ରହିଆସୁଛି ପ୍ରେକ୍ଷାଳୟ ଗୁଡିକ ।

ତେବେ ଯଦି ଆମେ ଏହା ବକ୍ସ ଅଫିସ କଲେକ୍ସନ ଦେଖିବା ଗୋଟିଏ ଦିନରେ ସିନେମାଟି ୩୭ ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ ଏହି ୩ ଦିନ ମଧ୍ୟରେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରୋଜଗାର କରିଛି ।

Advertisement

ତେବେ କର୍ମକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା , ଓଡିଆ ସିନେମାକୁ କପି ପେଷ୍ଟ କହୁଥିବା କିଛି ସମାଲୋଚକଙ୍କ ମୁହଁରେ ଏକ ଚାପୁଡା ମାରିଛି କର୍ମ । କେବଳ ଓଡିଶା ନୁହଁ ବରଂ ଓଡିଶା ବାହାରେ ମୁମ୍ବାଇ, ବେଙ୍ଗାଳୁରୁ ଭଳି ସହରରେ ମଧ୍ୟ ହାଉସଫୁଲରେ ଲୋକ ଦେଖୁଛନ୍ତି ସିନେମା ।

Leave a Reply

Your email address will not be published. Required fields are marked *