Pratidin TV

Odisha's Digital News Platform

ଅନ୍ଧାର ବୋରୱେଲ ଭିତରୁ ଫେରିଲା ୨ ବର୍ଷର କଅଁଳ ଶିଶୁର ଜୀବନ

1 min read

ବୋରୱେଲରୁ ଫେରିଲା ଜୀବନ | ଅନ୍ଧାରରୁ ଉଜ୍ବଳକୁ ଫେରିଲା କଅଁଳ ଶିଶୁ | ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷ ଶିଶୁ | ଦୀର୍ଘ ୨୦ ଘଣ୍ଟା କଠିନ ପରିଶ୍ରମ ପରେ ଅପରେସନ ଟିମ ସଫଳ ପାଇଥିଲା | ଉଦ୍ଧାର ପରେ ନୂତନ ଜନ୍ମ ମିଳିଲା | ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି, ଜଣାପଡିନାହିଁ। ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସୁବିଧା କରାଯାଇଛି |

ତେବେ ସୂଚନା ମୁତାବକ, ଶିଶୁଟି ଖେଳୁଥିବା ସମୟରେ ବୋଲୱେଲରେ ପଡ଼ି ଯାଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ପରେ ଶିଶୁର କାନ୍ଦ ଶୁଭିବାରୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାରକାରୀ ଦଳକୁ ସୂଚନା ଦେଇଥିଲେ। ଖବର ପାଇ ଘଟଣାସ୍ଥଳ ପୁଲିସ୍‌ ଅଧିକାରୀ, ରାଜସ୍ୱ ଅଧିକାରୀ, ଅଗ୍ନିଶମ ବାହିନୀ, ଆପାତ୍ତକାଳୀନ ସେବା ଅଧିକାରୀ ପ୍ରମୁଖ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ରାତି ହେଉ ଆସିଥିବାରୁ ଉଦ୍ଧାର କରିବା କଷ୍ଟସାଧ୍ୟ ହୋଇଥିଲା | କିଛି ସମୟ ପରେ ତା କାନ୍ଦ ଆଉ ଶୁଭ ଯାଇନଥିବା ବେଳେ ହଲଚଲ ହେବାର ଦେଖାଯାଇଥିଲା ତେଣୁ ଅକ୍ସିଜେନ ପାଇଁ ବୋରୱେଲରେ ଅକ୍ସିଜେନ ପାଇଁ ଦିଆଯାଇଥିଲା | ପାଇଁ କିନ୍ତୁ ଆଜି ସକାଳେ ନିରନ୍ତର ଚେଷ୍ଟା ପରେ ସଫଳ ଭାବେ ଉଦ୍ଧାର କରାଯାଇଛି |

Advertisement

ଉଦ୍ଧାର ହେବ ସହ ଅନ୍ୟପଟେ ସବୁ ପ୍ରକାର ସୁବିଧା ରଖ ଯାଇଥିଲା | ଘଟଣାସ୍ଥଳରେ ଡାକ୍ତରଖାନ ଟିମ ସହ ଅକ୍ସିଜେନ ବ୍ୟବସ୍ଥା ଏବଂ ଜରୁରୀକାଳୀନ ଆମ୍ବୁଲାନ୍ସ ରଖାଯାଇଥିଲା | ବର୍ତ୍ତମାନ ଡାକ୍ତରମାନେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି | ଆବଶ୍ୟକତା ପଡିବା ଦ୍ୱାରା ଅଧିକ ଚିକତ୍ସା ପାଇଁ ସୁବିଧା ଯୋଗାଇଦେବାକୁ ନେଇ ଅଧିକାରୀ କହିଛନ୍ତି |

Leave a Reply

Your email address will not be published. Required fields are marked *