Pratidin TV

Odisha's Digital News Platform

କର୍ଣ୍ଣାଟକ ସରକାରଙ୍କୁ ଆସିଲା ବମ ବ୍ଲାଷ୍ଟ ପାଇଁ ମେଲ….ରୋକିବା ପାଇଁ ଦାବି କଲେ ୨.୫ ମିଲିୟନ୍ ଡଲାର

1 min read

ଧମକପୂର୍ଣ୍ଣ ଆସିଲା ମେଲ | ବସ୍, ଟ୍ରେନ୍, ମନ୍ଦିର ଏବଂ ରେଷ୍ଟୁରାଣ୍ଟ ପରି ସର୍ବସାଧାରଣ ସ୍ଥାନରେ ଲଗାଦିଆଯାଇଛି ବୋମା । ଆହୁରି ମଧ୍ୟ ଲେଖା ହୋଇଛି, ଅମ୍ବାରି ଉତ୍କଳ((କାର୍ନିଭାଲ) ପରି ସାଧାରଣ କାର୍ଯ୍ୟକ୍ରମରେ ହୋଇପାରେ ବିସ୍ଫୋରଣ । ତେବେ ନିକଟରେ ନିକଟରେ ବେଙ୍ଗାଲୁରୁର ବ୍ରୁକଫିଲ୍ଡ ଅଞ୍ଚଳର ରମେଶ୍ୱରମ୍ କାଫେରେ ବିସ୍ଫୋରଣ ପରେ କର୍ଣ୍ଣାଟକ ସରକାରଙ୍କୁ ଆସିଛି ବୋମା ବିପଦ ଥିବା ଇମେଲ ।

ତେବେ ସୂଚନା ଅନୁସାରେ, ଶନିବାର ତଥା ମାର୍ଚ୍ଚ ୯ ଦିନ ଅପରାହ୍ନ ୨:୪୮ ରେ ବେଙ୍ଗାଲୁରୁରେ ଆଉ ଏକ ବିସ୍ଫୋରଣ ହେବ ବୋଲି ଇମେଲରେ ଆସିଛି ଧମକ । ସହିଦ ଖାନ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପଠାଯାଇଥିବା ଇମେଲ ପୋଲିସ ବିଭାଗରେ ଉତ୍ତେଜନା ସୃଷ୍ଟି କରିଥିଲା। ସାଇବର କ୍ରାଇମ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୁଖ୍ୟ କଥା ହେଉଛି, ଇମେଲରେ ଅଭିଯୁକ୍ତମାନେ ସହରରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାକୁ ରୋକିବା ପାଇଁ ୨.୫ ମିଲିୟନ୍ ଡଲାରର ଦାବି କରିଛନ୍ତି। 

Advertisement

ତେବେ ଏହି ଧମକପୂର୍ଣ୍ଣ ଇମେଲରେ କୁହାଯାଇଛି ଯେ ବସ୍, ଟ୍ରେନ୍, ମନ୍ଦିର ଏବଂ ରେଷ୍ଟୁରାଣ୍ଟ ପରି ସର୍ବସାଧାରଣ ସ୍ଥାନରେ ଲଗାଯାଇଛି ବୋମା । ତା’ ସହ ଏହା ମଧ୍ୟ ଲେଖା ହୋଇଛି, ଅମ୍ବାରି ଉତ୍କଳ((କାର୍ନିଭାଲ) ପରି ସାଧାରଣ କାର୍ଯ୍ୟକ୍ରମରେ ହୋଇପାରେ ବିସ୍ଫୋରଣ । ଇମେଲ ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ସତର୍କତା ଅବଲମ୍ବନ କରି ପୋଲିସ କର୍ଣ୍ଣାଟକରେ ସୁରକ୍ଷା ବ୍ୟବସ୍ଥା କରିଛି କଡାକଡି । ଯାନଗୁଡିକ ହେଉଛି ଯାଞ୍ଚ | ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସ ରଖିଛି ନଜର।

Leave a Reply

Your email address will not be published. Required fields are marked *