Pratidin TV

Odisha's Digital News Platform

କର୍ଣ୍ଣାଟକରେ ବ୍ୟାନ ହେଲା ବମ୍ବଇ ଲଡୁ ସହ ରଙ୍ଗୀନ କୋବି ମଞ୍ଚୁରିଆନ୍…….ଏହି ଖାଦ୍ୟରେ ଅଛି ପ୍ରାୟ ୧0୭ କୃତ୍ରିମ ରଙ୍ଗ

1 min read

ତାମିଲନାଡୁରେ ବମ୍ବଇ ଲଡୁ ପରେ ଏବେ ବ୍ୟାନ କଲା କର୍ଣ୍ଣାଟକ ରାଜ୍ୟ ସରକାର | କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ସୋମବାର ରାଜ୍ୟରେ ବମ୍ବଇ ଲଡୁ ସହ ରଙ୍ଗୀନ କୋବି ମଞ୍ଚୁରିଆନ୍ ଉପରେ ଲଗାଇଛି ରୋକ | ସରକାରଙ୍କ କହିବାନୁଯାୟୀ ଯେ, ରୋଡାମାଇନ୍-ବି ଭଳି କୃତ୍ରିମ ରଙ୍ଗ ଏଜେଣ୍ଟ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁରାଓ ବିଭିନ୍ନ ଖାଦ୍ୟ ପଦାର୍ଥରେ କ୍ଷତିକାରକ ରାସାୟନିକ ପଦାର୍ଥର ଉପସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ ପାଇଁ ନିରାପଦ ଖାଦ୍ୟ ଖାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଅଧିକାରୀମାନେ ବିଭିନ୍ନ ଖାଦ୍ୟପେୟରୁ ବ୍ୟବହୃତ ସାମଗ୍ରୀର ପ୍ରାୟ ୧୭୧ ନମୁନା ସଂଗ୍ରହ କରିଥିଲେ ବୋଲି ସେ କହିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଖାଦ୍ୟରେ ପ୍ରାୟ ୧0୭ କୃତ୍ରିମ ରଙ୍ଗ ମିଳିଥିଲା। ଯାହା ଶରୀର ପାଇଁ ଭଲ ନୁହେଁ | ସରକାର କହିଛନ୍ତି ଯେପରି ଖାଦ୍ୟ ପ୍ରସ୍ତୁତିରେ ରାସାୟନିକ ପଦାର୍ଥ ବ୍ୟବହାର ନ ହେବା ଉଚିତ | ନହଲେ ଏହା ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ବୋଲି କହିଛି | କର୍ଣ୍ଣାଟକ ସରକାର କହିଛନ୍ତି ଯେ ଏହି ଆଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ (ଭୋଜନ କର୍ତ୍ତୃପକ୍ଷ) ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ ଏବଂ ଯଦି ଏହି ନିର୍ଦ୍ଦେଶ ପାଳନ ନକରନ୍ତି ତେବେ ସେମାନଙ୍କ ଲାଇସେନ୍ସ ମଧ୍ୟ ବାତିଲ କରାଯିବ ।

Leave a Reply

Your email address will not be published. Required fields are marked *