Pratidin TV

Odisha's Digital News Platform

ସ୍ତ୍ରୀର ରିଲ୍ସରେ ବିରକ୍ତି ହୋଇ, ସ୍ୱାମୀ ନେଇଗଲା ନିଜ ଜୀବନ

1 min read

ଏବେ ରିଲ୍ସରେ ମାୟାରେ ବାୟ ସାରା ଦୁନିଆ | ରିଲସ କରି ଚର୍ଚ୍ଚାରେ ଆସୁଛନ୍ତି ବହୁ ଯୁବପିଢ଼ି | ସେହିପରି ଭାବରେ କର୍ଣ୍ଣାଟକର ରାମରାଜନଗରରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା | ସ୍ତ୍ରୀର ଇନଷ୍ଟାଗ୍ରାମ ରିଲ୍ସ ତିଆରି କରିବାରେ ବିରକ୍ତ ହୋଇ ସ୍ୱାମୀ ଦେଇଦେଲେ ଫାସୀ |ଖବର ଅନୁସାରେ ସ୍ତ୍ରୀର ଇନଷ୍ଟାଗ୍ରାମ ରିଲ୍ସ ତିଆରିରେ ବିରକ୍ତ ହୋଇଯାଇଥିଲେ ସ୍ୱାମୀ | ସଦାବେଳେ ରହୁଥିବା ଅସନ୍ତୁଷ୍ଟ ରହୁଥିବା ସ୍ୱାମୀ ଏକ ଗଛରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ |

ସୂଚନା ମୁତାବକ, ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ୩4 ବର୍ଷୀୟ କୁମାର | ସେ କୁଲି ଭାବରେ କାମ କରୁଥିଲେ |କୁମାର ତାଙ୍କ ସ୍ତ୍ରୀର ଇନଷ୍ଟାଗ୍ରାମ ରିଲ ତିଆରି କରିବା ପସନ୍ଦ କରୁନଥିଲେ | ଏହି କାରଣରୁ କୁମାର ଅନେକ ଥର ତାଙ୍କ ସ୍ତ୍ରୀଙ୍କୁ କରିବାକୁ ମନା ମଧ୍ୟ କରିଥିଲେ | ହେଲେ ତାଙ୍କ ସ୍ତ୍ରୀ ଏହି ସବୁ ପ୍ରତି ଧ୍ୟାନ ଦେଇନଥିଲେ | ଏହି ଇନଷ୍ଟାଗ୍ରାମ ରିଲ୍ସ କାରଣରୁ ଦମ୍ପତିଙ୍କ ମଧ୍ୟରେ ଅଧିକ ସମୟ ଯୁକ୍ତିତର୍କ ହେଉଥିଲା | କିନ୍ତୁ କୁମାର ଏହି ଯୁକ୍ତିତର୍କ ଏବଂ ଇନଷ୍ଟାଗ୍ରାମ ରିଲ୍ସ ତିଆରିରେ ବିରକ୍ତ ହୋଇ ଗଛରେ ଫାସୀ ଲଗାଇଦେଇଥିଲେ |ପୋଲିସ ଖବର ପାଇ ସେଠାରେ ତଦନ୍ତ କରିଥିଲା | ଘଟଣାସ୍ଥଳରୁ କୁନି ସୁଇସାଇଡ ନୋଟ ଉଦ୍ଧାର କରାଯାଇ ନାହିଁ ବୋଲି ପୋଲିସ କହିଛି | ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି |

Advertisement

Leave a Reply

Your email address will not be published. Required fields are marked *