Pratidin TV

Odisha's Digital News Platform

ହିଜାବ ନିର୍ଦ୍ଦେଶର ଅବମାନନା: ପରୀକ୍ଷା ହଲରୁ ୬ ଛାତ୍ରୀ ନିଲମ୍ବିତ

ନୂଆଦିଲ୍ଳୀ: ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ହିଜାବ ବିବାଦ ପ୍ରସଙ୍ଗ । ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ହିଜାବ ପିନ୍ଧିବା ଉପରେ ରୋକ୍ ଲଗାଯାଇଥିବା ବେଳେ ଏହାକୁ ଅବମାନନା କରି ପରୀକ୍ଷା ହଲ ଭିତରୁ ୬ ଜଣ ଛାତ୍ରୀ ନିଲମ୍ବିତ ହୋଇଛନ୍ତି । ଦକ୍ଷିଣ କର୍ଣ୍ଣାଟକର ମାଙ୍ଗାଲୋର ଜିଲ୍ଲାରେ ରହିଥିବା ଏକ ସରକାରୀ କଲେଜରେ ଏହି ଘଟଣା ଦେଖିବାକୁ ମିଳିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କ୍ୟାମ୍ପସରେ ହିଜାବ ପିନ୍ଧି ହେବ କିନ୍ତୁ ଶ୍ରେଣୀଗୃହ ମଧ୍ୟରେ ଏହାର ବ୍ୟବହାର କରାଯାଇପାରିବ ନାହିଁ ।

ତେବେ କିଛି ଛାତ୍ରୀ ଏହାକୁ ବିରେଧ କରି ଆସୁଥିଲେ । ଏପରିକି ନିୟମିତ ଭାବରେ ହିଜାବ ପିନ୍ଧି କେବଳ କ୍ୟାମ୍ପସ୍ ନୁହେଁ ବରଂ କ୍ଲାସ୍ ରୁମରେ ମଧ୍ୟ ପ୍ରବେଶ କରୁଥିଲେ । ଏହା ପୂର୍ବରୁ ଛାତ୍ରୀ ମାନଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା । ତେବେ ଛାତ୍ରୀ ମାନେ ଏହାକୁ ଭୂକ୍ଷ୍ରେପ ନକରି ହିଜାବ ପିନ୍ଧି ଆସିଥିଲେ । ଉପିନ୍ନାଗେଡି ସରକାରୀ କଲେଜର ପ୍ରିନ୍ସିପାଲ୍ ଏମ୍ ଡି ଶେଖର ଛାତ୍ରୀ ମାନଙ୍କୁ ନିଲମ୍ବନ କରିଥିଲେ । ହିଜାବକୁ ବିରୋଧ କରି ଛାତ୍ର ଛାତ୍ରୀ ଗେରୁଆ ଶାଲ ପିନ୍ଧି ଆସିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ କଲେଜ କର୍ତ୍ତୃପକ୍ଷ ।

ଏପରିକି ଏହି ଖବର ସଂଗ୍ରହ ପାଇଁ ଯାଇଥିବା କିଛି ସାମ୍ବାଦିକଙ୍କୁ ମଧ୍ୟ ହିଜାବ ସମର୍ଥନକାରୀ ମାନେ ଆକ୍ରମଣ କରିଥିଲେ । ସାମ୍ବାଦିକଙ୍କୁ ବନ୍ଦୀ ବନାଇବା ସହିତ ମୋବାଇଲରୁ ଭିଡିଓ ଗୁଡିକ ମଧ୍ୟ ଡିଲିଟ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *