Pratidin TV

Odisha's Digital News Platform

ବୁଲା ବେପାରୀଠାରୁ ଆଇସକ୍ରିମ ଖାଇ ୨ ନିରୀହ ଯାଆଁଳା ଶିଶୁ କନ୍ୟାଙ୍କ ଚାଲିଗଲା ଜୀବନ…ଗୁରୁତର ଅବସ୍ଥାରେ ମା

1 min read

କର୍ଣ୍ଣାଟକରେ ଆଇସକ୍ରିମ ଖାଇବା ପରେ ୨ ନିରୀହ ଯାଆଁଳା ଶିଶୁ କନ୍ୟାଙ୍କ ହୋଇଛି ମୃତ୍ୟୁ । ତେବେ ମା ଗୁରୁତର ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଅଭାବନୀୟ ଘଟଣା ମାଣ୍ଡା ଜିଲ୍ଲାର ବେଟାହଲୀ ଗ୍ରାମରେ ଘଟିଛି । ଏନେଇ ପୋଲିସ କହିଛି ଯେ ବୁଧବାର ଦିନ ମା ଓ ଝିଅମାନେ ଗାଁର ଜଣେ ବିକ୍ରେତାଙ୍କଠାରୁ କିଣିଥିଲେ ଆଇସକ୍ରିମ । ଏବଂ ମା ଛୁଆ ମିଶି ଖାଇଥିଲେ | କିଛି ସମୟ ମଧ୍ୟରେ ସେମାନଙ୍କୁ ହୋଇଥିଲା ଅସୁସ୍ଥ ଅନୁଭବ । ପରେ ଉଭୟ ଯାଆଁଳା ଶିଶୁକନ୍ୟା ପୂଜା ଏବଂ ପ୍ରସଜ୍ଜାଙ୍କର ଘରେ ହିଁ ମୃତ୍ୟୁ ହୋଇଯାଇଥିଲା। ଆଉ ଏହାର କିଛି ସମୟ ବ୍ୟବଧାନ ମା’ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା I

ପୋଲିସ କହିବାନୁସାରେ, ପିଲାମାନଙ୍କର ମୃତଦେହ ମିସ୍ଟ ହସ୍ପିଟାଲକୁ ପଠାଯାଇଥିବା ବେଳେ ମାଆ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପିଲାମାନଙ୍କର ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ସେହି ଆଇସକ୍ରିମ ବ୍ୟବସାୟୀଙ୍କୁ ଖୋଜୁଛି ।

Advertisement

Leave a Reply

Your email address will not be published. Required fields are marked *