Pratidin TV

Odisha's Digital News Platform

କଣ୍ଣାଟକ ଝିଅ ହେଲେ ମିସ୍ ଇଣ୍ଡିଆ ୨୦୨୨

ନୂଆଦିଲ୍ଲୀ: ଗତକାଲ ଜିଓ ବିଶ୍ୱ ସମ୍ମିଳନୀ କେନ୍ଦ୍ର ଠାରେ ଆୟୋଜିତ ହୋଇଥିବା ଭିଏଲ୍‌ସିସି ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲ ରେ ବିଜେତା ଭାବରେ ମିସ୍ ଇଣ୍ଡିଆ ୱାଲ୍‌ଡ ଟାଇଟେଲ ସହ କ୍ରାଉନ ପିନ୍ଦି ସମ୍ମାନୀତ ହୋଇଛନ୍ତି କଣ୍ଣାଟକର ୨୧ ବର୍ଷୀୟ ଝିଅ ସିନି ସେଠୀ । ମିସ୍ ଇଣ୍ଡିଆ ସହ ସେ ମଧୟ ଜଣେ ମେଧାବୀ ଛାତ୍ରୀ । ମୁମ୍ବାଇର ସୋମାଇୟା ଡିଗ୍ରୀ କଲେଜର ଆକାଉଣ୍ଟ ଓ ଫାଇନାନ୍ସ ବିଭାଗର ଛାତ୍ରୀ ସହ ଚାର୍ଟାଡ ଫାଇନାସିଆଲ ଆନାଲିଷ୍ଟ ଅଧୟନ କରୁଛନ୍ତି ।

ସେହିପରି ପ୍ରଥମ ରନର ଅଫର ସ୍ଥାନ ରାଜସ୍ଥାନର ରୁବାଲ ସେକାଓତ୍ ଜିତିଥିବାବେଳେ ଦ୍ୱିତୀୟରେ ସିନତା ଚୌହାନ ଅଛନ୍ତି । ମଚଂରେ ମନିସ୍ ପାଲ ନିଜର ମଜାଳିଆ ଢଙ୍ଗରେ ସନ୍ଦ୍ୟାଟିକୁ କୌତୁହଳ ବନାଉଥିବା ବେଳେ କଳାକାର କ୍ରିତି ସାନନ୍ ଓ ଡ୍ୟାନ୍‌ସର ଲରେନ ନିଜର ପର୍ଫୋମାନ୍ସ ମଚଂରେ ନିଆଁ ଲଗେଇଦେଇଥିଲେ । ଜଜ୍‌ରୂପେ ସେଠାରେ ଆକ୍ଟର ନେହାର ଦୁପିଆ,ଦିନମୋରିଆ ଓ ମଲ୍ଲାଇକା ଅରୋଡା ଙ୍କ ସହ ଡିଜାଇନର ରୋହିତ ଗାନ୍ଧି ଓ ରାହୁଲ ଖନ୍ନା , କୋରିଓଗ୍ରାଫର ସିଆମକ ଧାବର ପୂର୍ବତନ କ୍ରିକେଟର ମିଥଲ ରାଜ ଉପସ୍ଥିତ ଥିଲେ ।


ଆୟୋଜକଙ୍କ ମତ ଅନୁଯାୟୀ ଦେଶର ବିଭିନ୍ନ କୋଣ ଅନୁକୋଣରୁ ପ୍ରତିଭା ଖୋଜି ବାହାର କରିବା ଏହି କାଯ୍ୟାକ୍ରମର ମୂଲ ଲକ୍ଷ ଥିଲା । ଅଡିସନ ସମୟରେ ସେମାନେ କ୍ଷୁଦ୍ର ତାଲିକାରେ ୩୧ ଜଣଙ୍କୁ ବାଛି ତା ପରେ ଏହି କାଯ୍ୟକ୍ରମଟିର ଆରମ୍ଭ କରିଥିଲେ । ସନ୍ଧ୍ୟାରେ ଭାବୁକ ହୋଇ କଳାକାର ନେହାର ଦୁପିଆ କହିଥିଲେ ଯେ ଏହିଯାତ୍ରା ଏକ ମୂଲ୍ୟହୀନ ଅଭିଜ୍ଞତାର ଯାତ୍ରା ଯେଉଁଟାକି ମତେ କିଛି ପୁରୁଣା ଦିନକୁ ମନେପକାଇଦେଇଛି ।

Leave a Reply

Your email address will not be published. Required fields are marked *