Pratidin TV

Odisha's Digital News Platform

ବିଜେପି ଏପରି ହୀନ ଚକ୍ରାନ୍ତ ଛାଡି କିଛି ଅଭିନବ ପ୍ରୟାସ କରୁ : ପାଣ୍ଡିଆନ..

1 min read

ରାତି ପାହିଲେ ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଯାହା ଉପରେ ରହିଛି ଏବେ ସାରା ଓଡିଶାବାସୀଙ୍କ ନଜର। କାରଣ ଓଡ଼ିଶା ରାଜନୀତିର ହଟସ୍ପଟ୍‌ ଆସନ ଗୁଡ଼ିକରେ ହେବାକୁ ଯାଉଛି ମତଦାନ । ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସରକାର ଗଠନ କରିବେ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି ।

ଏହି ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ଏଥିରୁ ଜଣାପଡିବ କିଏ ଗଢ଼ିବ ସରକାର । ବିଜେଡି ୬ଷ୍ଠ ଥର ପାଇଁ ଗାଦିରେ ବସିବ ନା କଂଗ୍ରେସ ଦୁଇ ଦଶନ୍ଧି ପରେ ସରକାରକୁ ଆସିବ ନା ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ ତାହା ଜଣାପଡିବ ଏହି ତୃତୀୟ ପର୍ଯ୍ୟାୟ ମତଦାନରେ । ଏସବୁ ଭିତରେ ରାଜନୈତିକ ବୟାନବାଜି ଜାରି ରହିଛି। ଦଳ ଗୁଡିକୁ ଜଣେ ଅନ୍ୟ ଜଣଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଏସବୁ ଭିତରେ ବିଜେପି କୁ କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ବିଜେଡି ସୁପ୍ରିମୋ କହିଛନ୍ତି, ମିଛ କହିବାର ଗୋଟିଏ ସୀମା ଥାଏ, ବିଜେପି ମିଛ କହିବାର ସବୁ ସୀମା ଟପିଗଲାଣି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆପଣ ଦେଖିପାରୁଛନ୍ତି ମୋର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ମୁଁ ମାସ ମାସ ଧରି ସାରା ରାଜ୍ୟରେ ପ୍ରଚାର କରୁଛି।

Advertisement

ସେହିଭଳି ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ ପାଣ୍ଡିଆନ କହିଛନ୍ତି, “ମୁଁ କେବଳ ଆଶା କରୁଛି ଯେ, ବିଜେପି ଅବାସ୍ତବ ପରିବର୍ତ୍ତେ ଅଭିନବ ଚିନ୍ତାଧାରା ଆଣୁ। ଭିତ୍ତିହୀନ ପ୍ରସଙ୍ଗ ଛାଡ଼ି କିଛି ନୂଆ ପ୍ରସଙ୍ଗ ନେଇ ଆସୁ। ଆପଣ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦେଖୁଛନ୍ତି, ଓଡ଼ିଶାବାସୀ ଏଭଳି କଥାକୁ ଗ୍ରହଣ କରିବେନି। ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଅପମାନକୁ କେହି କେବେ କ୍ଷମା କରିବେ ନାହିଁ ବୋଲି ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ ପାଣ୍ଡିଆନ୍ କହିଛନ୍ତି।

Leave a Reply

Your email address will not be published. Required fields are marked *