ଗୋଲ୍ଡେନ ହୋଟେଲ ରଙ୍ଗ କରିବାକୁ ଯାଇ ଜୀବନ ହରାଇ ବସିଲେ କାର୍ତ୍ତିକ ।
1 min readବାଲେଶ୍ଵର ; ବାଲେଶ୍ଵର ଚାନ୍ଦିପୁର ଗୋଲ୍ଡେନ ହୋଟେଲ ସମ୍ମୁଖରେ ଉତ୍ତେଜନା। ହୋଟେଲ ରଙ୍ଗ କରିବାକୁ ଯାଇ ଶବ ହୋଇ ଫେରିଲେ ରଙ୍ଗ ମିସ୍ତ୍ରୀ କାର୍ତ୍ତିକ ।
ସୂଚନା ଅନୁଯାୟୀ ଗତକାଲି ପରଖି ପଞ୍ଚାୟତ କୋୟାକଦଳା ଗ୍ରାମର କାର୍ତିକ ଜେନା ଗୋଲ୍ଡେନ ହୋଟେଲର ଦୁଇ ମହଲାକୁ ରଙ୍ଗ କାମ କରିବା ପାଇଁ ଚଢିବା ସମୟରେ ସନ୍ତୁଳନ ହରାଇ ହଠାତ ତଳେ ପଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏହାପରେ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଉଥିବାବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା।
ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ହୋଟେଲ ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରିଥିଲେ ପରିବାର ଲୋକ। ଏନେଇ ଉତ୍ତେଜନା ଦେଖା ଯାଇଥିଲା। ଘଟଣାସ୍ଥଳରେ ସଦର ଏସଡିପିଓ ଶଶାଙ୍କ ଶେଖର ବେଉରା, ଡିଏସପି ଶୁଭ୍ରାଂଶୁ ଶେଖର ନାୟକ, ଟାଉନଥାନାଥିକାରି ଅଶୋକ ନାୟକ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିଲା।