ସେଲିବ୍ରିଟିଙ୍କ ସମ୍ପର୍କରେ ନିଆଁ ଲଗାଉଛି ଲୋକପ୍ରିୟ ଟକ ଶୋ ଫକଫି ୱିଥ କରଣ’…
1 min readଲୋକପ୍ରିୟ ଟକ ଶୋ ଫକଫି ୱିଥ କରଣ’ । ଏହି ଶୋ କିଛି ସେଲିବ୍ରିଟିଙ୍କ ସମ୍ପର୍କରେ ନିଆଁ ଲଗାଉଥିବା ଚର୍ଚ୍ଚା ହେଉଛି । କାରଣ ଅନେକ ସମୟରେ ଦର୍ଶକ ମାନେ ଏହି ସୋକୁ ନେଇ ଟ୍ରୋଲ ମଧ୍ୟ କରୁଛନ୍ତି । ନିକଟରେ ଦୀପିକା ଓ ରଣବୀରଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ସାରା ଓ କାର୍ତ୍ତିକଙ୍କ କଥା କଟାକଟି ଖବର ଭାଇରାଲ ହୋଇଛି । । ବର୍ତ୍ତମାନ ଏହି ଶୋର ଚାଲିଛି ସିଜନ-୮ । ଅନେକ ସେଲିବ୍ରିଟି ମାନେ କଫି ୱିଥ କରଣ ଶୋକୁ ଆସୁଛନ୍ତି ସେହିପରି ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେ କରଣ ଜୋହରଙ୍କ ଟକ୍ ସୋ କଫି ସହିତ କରଣ ୮ ରେ ନଜର ଆସିଥିଲେ । ଅଭିନେତ୍ରୀମାନେ କରଣ ଜୋହରଙ୍କ ସହ ସେମାନଙ୍କର ପ୍ରେମ ଜୀବନ ବିଷୟରେ ବହୁତ କଥା ହୋଇଥିଲେ । ଏହି ଶୋ’ରେ ସାରା ଅଲି ଖାନ କାର୍ତ୍ତିକ ଆର୍ଯ୍ୟଙ୍କ ସହ ବ୍ରେକଅପ୍ ହେବାର କାରଣ କହିଥିଲେ । ଯାହାକୁ ନେଇ ବର୍ତ୍ତମାନ କାର୍ତ୍ତିକ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ।
କଫି ୱିଥ କରଣ ୮ ରେ କରଣ ଜୋହର ସାରା ଅଲି ଖାନଙ୍କୁ ପଚାରିଥିଲେ ଯେ ତାଙ୍କ ବ୍ରେକଅପ୍ ପରେ ପୂର୍ବତନ କାର୍ତ୍ତିକ ଆର୍ଯ୍ୟଙ୍କ ସହ ବନ୍ଧୁତା କରିବା ତାଙ୍କ ପାଇଁ ସହଜ କି? ଏହା ଉପରେ ସାରା କହିଥିଲେ, ‘ଏହା ସବୁବେଳେ ସହଜ ନୁହେଁ । କାରଣ ମୋ ପାପା ସବୁବେଳେ ମୋତେ ପଚାରନ୍ତି ସାରା ତୁମକୁ ପୋଷିବାକୁ ହେସିୟତ ଥିବା ଦରକାର । ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ସେ କାହା ସହିତ ଥିବା ସମ୍ପର୍କ ବିଷୟରେ କେବେ କହିନାହାଁନ୍ତି । ଆଉ ଯଦି ସେ କହୁଛନ୍ତି ସେ ମୋ ପାର୍ଟନର ତେବେ ତାଙ୍କ ଠାରୁ ମଧ୍ୟ ସମାନ ଆଶା କରିବି । ସେ ମଧ୍ୟ କେଉଁଠି କଣ କହୁଛନ୍ତି ଚିନ୍ତା କରିକି କୁହନ୍ତୁ । ନିଜ ସମ୍ପର୍କ ବିଷୟରେ କହିବା କାହା ପାଇଁ ଭଲ ନୁହେଁ । ଯଦି ସେମିତି କିଛି ସମ୍ପର୍କ ଠିକ ଭାବେ ନ ଚାଲୁଥାଏ ତାହାଲେ ମୁଁ ଭାବୁଛି ସେହି ସମୟକୁ ସମ୍ମାନ ଦେବା ଉଚିତ ।