Pratidin TV

Odisha's Digital News Platform

ବଙ୍ଗମୁଣ୍ଡା ସଭାରେ ଧର୍ମେନ୍ଦ୍ରଙ୍କୁ କାର୍ତ୍ତିକ ଦେଲେ ଭଦ୍ର ଅପମାନ….

1 min read

ବଙ୍ଗୋମୁଣ୍ଡା ନିର୍ବାଚନୀ ସଭାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କଡା ଭାଷାରେ ଦେଲେ ଜବାବ | କହିଲେ ହାରିବା ଭୟରେ ନିଜ ମାଟି ଚଡି ଆସି ସମ୍ବଲପୁରରେ ରାଜନୀତିରେ ପଶିଲେ |

ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରି କହିଛନ୍ତି , କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳରେ ୧0 ବର୍ଷ କାଟିଲେ | ହେଲେ ଅରିଜିବା ଭୟରେ ଦୌଡ଼ି ପଳାଇ ଆସି ସମ୍ବଲପୁରକୁ | ପାଣ୍ଡିଆନ ଆହୁରି କହିଥିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଦାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରନ୍ତି ଏବଂ ଉଦ୍ଦେଶ୍ୟମୂଳକ ଅଶ୍ଳୀଳ ଭାଷା ବ୍ୟବହାର କରନ୍ତି | ଧର୍ମେନ୍ଦ୍ରକୁ କଡା ଜଵାବଦେଇ କହିଥିଲେ, ଆପଣ ସରପଞ୍ଚ, ଜିଲ୍ଲା ପରିଷଦରେ ବି ଜିତି ପାରିବେ ନାହିଁ । ଜନ୍ମମାଟିକୁ ଛାଡି ସମ୍ବଲପୁରକୁ ଆସିଛ । ଆପଣଙ୍କର ଔକାତ କ’ଣ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେବାକୁ । ଏମିତି ଅପମାନିତ କରିବାକୁ ଆପଣଙ୍କୁ କିଏ ସାହସ ଦେଇଛି ।’

୫ଟି ଅଧକ୍ଷ ଆହୁରି କହିଥିଲେ, ଆପଣ ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ଵଶୀ ନିର୍ବାଚନ ଲଢ଼ୁଛନ୍ତି| ପ୍ରଧାନମନ୍ତ୍ରୀଙ୍କ କାନ୍ଧରୁ ଓହ୍ଲାଇ ପଡିଲେ ଓଡ଼ିଶାବାସୀ ଆପଣଙ୍କୁ ଉଚିତ ପାଠ ପଢାଇବେ | ଓଡ଼ିଶାବାସୀ ଆପଣଙ୍କୁ ଶିଖାଇବେ ନବୀନ ବୋବାଉ କିଏ ଏବଂ ଆପଣଙ୍କ ସ୍ଥାନ କେଉଁଠି ? ଦମ ଅଛି ତ କୁହନ୍ତୁ ଆସନ୍ତାକାଲି ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜେପି ୯୦ ପ୍ରତିଶତ ଆସନରେ ଜିତିବ ।’

Leave a Reply

Your email address will not be published. Required fields are marked *