Pratidin TV

Odisha's Digital News Platform

ପାଣ୍ଡିଆନ ରାଜନୀତିରୁ ନେଲେ ସନ୍ନ୍ୟାସ, ଓଡ଼ିଶାବାସୀଙ୍କୁ ମାଗିଲେ କ୍ଷମା

1 min read

ରାଜନୀତିରୁ ସନ୍ୟାସ ନେଲେ କାର୍ତ୍ତିକ ପାଣ୍ଡିଆନ | ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ପାଣ୍ଡିଆନ | ଭିଡ଼ିଓ ବାର୍ତ୍ତା ଜରିଆରେ ପାଣ୍ଡିଆନ ବିଜେଡିର ପରାଜୟ ପାଇଁ କ୍ଷମା ମାଗି ରାଜନୀତିରୁ ସନ୍ୟାସ ନେଲେ କାର୍ତିକ ପାଣ୍ଡିଆନ | ତେବେ ନିର୍ବାଚନ ପ୍ରଚାର ସମୟରେ ଏକ ସଭାରେ ପାଣ୍ଡିଆନ ଘୋଷଣା କରିଥିଲେ ଯେ ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ସେ ରାଜନୀତିରୁ ସନ୍ୟାସୀ ନେଇଯିବେ |

ତେବେ ନିକଟରେ ଚଳିତ ନିର୍ବାଚନରେ ବିଜେଡିର ପରାଜୟ ପରେ ଆଜି ଏକ ଭିଡ଼ିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପାଣ୍ଡିଆନ | ସେ ରାଜନୀତି ଛାଡିବା ସହ ମଧ୍ୟ ଦଳର କର୍ମୀ ନିକଟରେ କ୍ଷମା ପ୍ରାଥନା କରିଛନ୍ତି |

Advertisement

ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପାଣ୍ଡିଆନ କହିଛନ୍ତି, ମୁଁ ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଛି | ଛୋଟ ବେଳୁ ମତେ IAS ହେବାର ଇଚ୍ଛା ଥିଲା ଏବଂ ତାହା ଶ୍ରୀ ଜଗନ୍ନାଥଙ୍କ କୃପାରୁ ସଫଳ ମଧ୍ୟ ହୋଇଛି | ସେ ଆହୁରି କହିଥିଲେ ୧୨ ବର୍ଷ ପୂର୍ବେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ମିଶିଥିଲି | ଏହା ମୋ ପାଇଁ ବହୁତ ସମ୍ମାନ କଥା ଯେ ମୁଁ ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ କାର୍ଯ୍ୟ କରିପାରିଲି | ତାଙ୍କର କାର୍ଯ୍ୟ ଏବଂ ଓଡିଶାବାସୀଙ୍କ ପ୍ରତି ଭଲ ପାଇବା ସଦାବେଳେ ମତେ ଅନୁପ୍ରାଣିତ କରିଆସିଛି | ମୋ ପ୍ରତି ଥିବା ଶ୍ରୀ ନବୀନ ପଟ୍ଟନାୟକଙ୍କ ଭରସା ତଥା ଓଡିଶାକୁ ବିକାଶଧାରାରେ ନେବା ତାହା ବହୁ ପରିମାଣରେ ସାକାର ମଧ୍ୟ ହୋଇଛି |

ପାଣ୍ଡିଆନ ଭିଡ଼ିଓ ବାର୍ତ୍ତାରେ କହିଲେ, ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ମୁଁ ଦୁଃଖିତ । ହାତ ଯୋଡି ବିଜୁ ଜନତା ଦଳର କର୍ମୀଙ୍କୁ ମାଗିଲେ କ୍ଷମା । ଭିଡିଓ ବାର୍ତ୍ତା କରି ସେ ରାଜନୀତିରୁ ସନ୍ୟାସ ନେଇ ଘୋଷଣା କରିଛନ୍ତି ।

ପାଣ୍ଡିଆନ ଆହୁରି କହିଛନ୍ତି , ମୁଁ ରାଜନୀତିକୁ ଆସିଥିଲି କେବଳ ମୋ ଗୁରୁ ନବୀନ ପଟ୍ଟନାୟକଙ୍କ ସାହାର୍ଯ୍ୟ କରିବାକୁ । ମୁଁ ଦଳର କୌଣସି ପଦବୀରେ ବି ନଥିଲି, କି ପ୍ରାର୍ଥୀ ବି ହୋଇନଥିଲି । ମୁଁ ରାଜନୀତି ଭିତରେ ଯାହା ବି କାମ କରିଛି କେବଳ ଓଡିଶା ଆଉ ନବୀନ ପଟ୍ଟନାୟକଙ୍କ ପାଇଁ । ଚାକିରି କ୍ୟାରିୟରରେ ଭିତରେ ମୋ ପୈତୃକ ସମ୍ପତ୍ତି ଛଡା ସାରା ବିଶ୍ୱରେ ମୋର କେଉଁଠି ବି ସମ୍ପତ୍ତି ନାହିଁ ।

Leave a Reply

Your email address will not be published. Required fields are marked *