ଜାଣନ୍ତୁ କାର୍ତ୍ତିକ ପୂର୍ଣ୍ଣିମା ଦିନ କେଉଁ ସମୟରେ କରିବେ ସ୍ନାନ ଓ ଦାନ…
1 min readକାର୍ତ୍ତିକ ମାସକୁ ସବୁଠୁ ଶ୍ରଷ୍ଠ ମାସ ବୋଲି କୁହାଯାଏ। ସନାତନ ଧର୍ମରେ କାର୍ତ୍ତିକ ମାସକୁ ସମ୍ପୂର୍ଣ୍ଣ ଭାବେ ଶୁଭ ବୋଲି ବିବେଚାନ କରାଯାଏ। ଏହି ପବିତ୍ର ମାସରେ ଲୋକେ ଆମିଷ ଭକ୍ଷଣ ନ କରି ପୂଜାପାଠରେ ଅଧିକ ସମୟ ଦେଇଥାଆନ୍ତି।ଜ୍ଯୋତିଷଙ୍କ ମତାନୁସାରେ, ମାନ୍ଯତା ରହିଛି ଯେ; ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ମାନକ ଦୈତ୍ଯର ବଧ କରିଥିଲେ । ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣିମାର ଅନ୍ଯ ନାମ ତ୍ରିପୁରାରୀ ପୂର୍ଣ୍ଣିମା । ଜାଣିବା କାର୍ତ୍ତିକ ପୂର୍ଣ୍ଣିମା ସହ ଜଡିତ ମହତ୍ତ୍ୱପୂର୍ଣ୍ଣ କଥା । କାର୍ତ୍ତିକ ଅମାବାସ୍ଯାରେ ମାନବମାନେ ଦୀପାବଳି ମନାନ୍ତି, ମାତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବତା ପାଳନ କରନ୍ତି ଏ ଦୀପାବଳି ପର୍ବ । ତାହାସହ ଏହି ଦିନ ହିଁ କାର୍ତ୍ତିକ ସ୍ନାନର ସମାପନ ହୋଇଥାଏ ।କାର୍ତ୍ତିକ ମାସରେ ପଡୁଥିବା ପୂର୍ଣ୍ଣିମା ଦିନ ସ୍ନାନ ଏବଂ ଦାନର ବିଶେଷ ମହତ୍ୱ ରହିଛି ।
କାର୍ତ୍ତିକ ପୂର୍ଣ୍ଣିମା ଦିନ ପବିତ୍ର ନଦୀରେ ଗାଧୋଇବାର ପରମ୍ପରା ରହିଛି । ଏହି ଦିନ ଗଙ୍ଗାରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିକୁ ପାପରୁ ମୁକ୍ତି ମିଳିଥାଏ । ନଦୀରେ ବୁ଼ଡ଼ ପକାଇ ଡଙ୍ଗା ଭସାଇବାର ମାନ୍ୟତା ରହିଛି । ପୂର୍ଣ୍ଣିମା ତିଥି 15 ନଭେମ୍ବର 2024 ରେ ସକାଳ 6.19 ରେ ଆରମ୍ଭ ହୋଇ 16 ନଭେମ୍ବରରେ ଦିନ 2.58 ରେ ଶେଷ ହେବ । କାର୍ତ୍ତିକ ପୂର୍ଣ୍ଣିମା 2024ରେ ସ୍ନାନ ଏବଂ ଦାନ ପାଇଁ ଶୁଭ ସମୟ ସକାଳ 04.45 ରୁ 5.51 ପର୍ଯ୍ୟନ୍ତ ରହିଛି ।
ଏହି ଦିନ, ବ୍ରହ୍ମା ମୁହୂର୍ତ୍ତରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ବୋଲ ବିବେଚନା କରାଯାଏ । ଏହି ସମୟ ମଧ୍ୟରେ ସ୍ନାନ କରିବା ପରେ, ନିଜ ସାମର୍ଥ୍ୟ ଅନୁଯାୟୀ ଜିନିଷ ଦାନ କରନ୍ତୁ । ଯେଉଁମାନେ କାର୍ତ୍ତିକ ମାସରେ ନଦୀ ସ୍ନାନ କରି ପାରୁ ନାହାନ୍ତି, ସେମାନେ ଘରେ ପାଣିରେ ଗଙ୍ଗାଜଳ ମିଶାଇ ମଧ୍ଯ ସ୍ନାନ କରିପାରିବେ । ଏଥିପାଇଁ ତମ୍ୱା ପାତ୍ରର ବ୍ଯବହାର କରିବା ଉଚିତ ।ଏଥିରେ ଚାଉଳ, କୁମକୁମ ଓ ଫୁଲ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ସ୍ନାନ ସମୟରେ ଓମ୍ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରିବା ଦରକାର ।କାର୍ତ୍ତିକ ମାସରେ ନଦୀରେ ଦୀପଦାନ କରିବାର ପରମ୍ପରା ମଧ୍ଯ ରହିଛି । କେତେକ ଲୋକ ନଦୀରେ ଦୀପ ଜଳାଇ ତାହାକୁ ସେଠାରେ ଭସାଇ ଥାଆନ୍ତି । ଯାହାକୁ ଦୀପଦାନ କୁହନ୍ତି ।କହିରଖୁ, ଦୀପଦାନ ପୂର୍ବରୁ ଦୀପକର ପୂଜା କରିବା ଆବଶ୍ଯକ । ପରେ ଏହାକୁ ନଦୀରେ ଭସାଇବା ଉଚିତ । ଯଦି ସମାନ କାର୍ଯ୍ୟ ଘରେ କରିବା ପାଇଁ ଚାହାନ୍ତି, ତେବେ ଦୀପ ଜଳାଇ ପୂଜା କରି ଘର ପ୍ରାଙ୍ଗଣରେ ତାହାକୁ ରଖନ୍ତୁ ।