ଦିଅରଙ୍କୁ ଏପରି ବାର୍ଥଡେ ଉଇସ୍ କଲେ କଟ୍ରିନା : ସୋସିଆଲ ମିଡିଆରେ ଫଟୋ ସେୟାର କରି କହିଲେ ‘ମୋ ଲକ୍ଷ୍ମଣ’
1 min readନୂଆଦିଲ୍ଲୀ : ବୁଧୁବାର ବଲିଉଡ୍ର ନୂଆ ନୂଆ ଏଣ୍ଟ୍ରି କରିଥିନା ହ୍ୟଣ୍ଡସମ୍ ହଙ୍କ ସନି କୌଶଲ ୩୩ ବର୍ଷ ବୟସରେ ପର୍ଦାପଣ କରିଛନ୍ତି । ବଲିଉଡ୍ରେ ନିଜର ପ୍ରଥମ ମ୍ୟୁଜିକ୍ ଭିଡିଓରେ ସେ ନେହା କକ୍କରଙ୍କ ସହ ତାରୋକେ ଦେହେର ମେ ରେ ନଜର ଆସିଥିଲେ । ଯାହା ପରେ ତାଙ୍କ ଫ୍ୟାନ୍ସ ଫଲୋର୍ସଙ୍କ ସଂଖ୍ୟ ହଠାତ୍ ବଢିବାକୁ ଲାଗିଥିଲା । ଏହା ପରେ ସେ କୁନାଲ ଦେଶମୁଖଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ସିଦତ୍’ ଫିଲ୍ମରେ ରାଧିକା ମଦନଙ୍କ ସହ ନଜର ଆସିଥିଲେ ।
ଫିଲ୍ମରେ ନିଜର ଏପରି ଯ।ଦୁ ଦେଖାଇଥିଲେ ଏହି କଳାକାର ଜଣଙ୍କ ଯାହାଫଳରେ ରାତାରାତି ତାଙ୍କ ସୋସିଆଲ ମିଡିଆ ଫଲୋର୍ସଙ୍କ ସଂଖ୍ୟ ୧ ମିଲିୟନ୍ ରେ ପହଞ୍ଚିଯାଇଥିଲା । ତେବେ ଏହି କଳାକାର ଜଣକଙ୍କର ଜନ୍ମ ଦିନରେ ଭାଇ-ଭାଉଜ ଭିକି ଏବଂ କଟ୍ରିନା ଦୁହେଁ ମିଶି ଅନେକ ସର୍ପ୍ରାଇଜ୍ ଦେବା ସହ କଟ୍ରିନା ଦିଅରଙ୍କ ଜନ୍ମଦିନ ଅବସରରେ ଏକ ବିଶେଷ ଫଟୋ ଶେୟାର କରିଛନ୍ତି ।
ତେବେ ଫଟୋଟିରେ ଏହା ଦେଖିବାକୁ ମିଳେ ଯେ ବିକି ଏବଂ କ୍ୟଟ୍ରିନା ଛିଡା ହୋଇଥିବା ବେଳେ ସନି ଲକ୍ଷଣଙ୍କ ପରି ଆଜ୍ଞାଧିନା ଦିଅର ହୋଇ ଆର୍ଶୀବାଦ ନେଉଛନ୍ତି । ଏହି ଫଟୋ ସହିତ କଟ୍ରିନା ସନିଙ୍କୁ ବହୁତସାରା ଆର୍ଶବାଦ ଦେଇ କ୍ୟାପସନରେ ଲେଖିଛନ୍ତି । ଭଲରେ ଥାଓ,ଖୁସିରେ ରୁହ ମୋ ଦିଅର । ଆଉ ଏହି ପୋଷ୍ଟରେ ବିକି କମେଣ୍ଟ ରେ ଲେଖିଛନ୍ତି ଯେ ମୋର ଦୁଇ ମୂଲ୍ୟବାନ ରତ୍ନ ।