Pratidin TV

Odisha's Digital News Platform

କାଶ୍ମୀରରେ ଟାର୍ଗେଟ୍ କିଲିଂ: ଜରୁରୀ ବୈଠକ ଡାକିଲେ ଅମିତ ଶାହ

1 min read

ନୂଆଦିଲ୍ଲୀ: କାଶ୍ମୀରରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ ପରେ ସରକାରଙ୍କ ନିଦ ଭାଙ୍ଗିଛି । ବିଗତ ୩ ମାସ ମଧ୍ୟରେ ବହୁତ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଇଥିବା ବେଳେ ବିଗତ ମାସରେ ୫ରୁ ଅଧିକ ହିନ୍ଦୁଙ୍କୁ ହତ୍ୟା କରାଯାଇଛି । ହିନ୍ଦୁ ସମାଜ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ଏହାକୁ ଗମ୍ଭୀରତାର ସହିତ ନେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଏହି ବୈଠକରେ ଯୋଗ ଦେଇଥିବା ବେଳେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଯୋଗ ଦେଇଥିଲେ । ଏହା ବ୍ୟତିତ ଜମ୍ମୁ କାଶ୍ମୀର ଡିଜିପି ଏବଂ ବିଭିନ୍ନ ଅର୍ଦ୍ଧ ସାମରିକ ବଳର ଗୁଇନ୍ଦା ବିଭାଗ ମୁଖ୍ୟ ମାନେ ଯୋଗ ଦେଇଥିଲେ । କାଶ୍ମୀର ଘାଟିରେ ହେଉଥିବା ଟାର୍ଗେଟ୍ କିଲିଂକୁ ବନ୍ଦ କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *