(ଭିଡିଓ)ଓଡିଶାରେ ବୁଲୁଛି କାଶ୍ମୀର ଆତଙ୍କବାଦୀ ବୁଖାରୀ, ପାକିସ୍ତାନ ସହ ଅଛି ଲିଙ୍କ୍..
1 min readଓଡ଼ିଶାରେ କାଶ୍ମୀରି ଆତଙ୍କବାଦୀ ! ଯାଜପୁରରୁ ଧରା ହେଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ । ଯାହାର ପାକିସ୍ତାନ ଲିଙ୍କ ଥିବା ସନ୍ଦେହ କରାଯାଉଛି। ଯାଜପୁର ଜିଲ୍ଲା ନେଉଳପୁର ଅଞ୍ଚଳରୁ କାଶ୍ମୀର ଆଣ୍ଟି ସୋସିଆଲ ବ୍ୟକ୍ତିକୁ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ। ତେବେ ଗିରଫ ଅଭିଯୁକ୍ତ ଜଣକ ହେଲେ ସୟଦ ଇଶାନ ବୁଖାରି । ତାଙ୍କ ଘର ଖୁପୱାଡାରେ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ତେବେ ସେ ଦୀର୍ଘ ୪ ବର୍ଷ ହେଲା ଯାଜପୁରରେ ଏକ ଭଡା ଘର ନେଇ ରହି ଆସୁଥିଲେ ।
ସେଠାରେ ସେ ନିଜକୁ କେତେବେଳେ ନିଜକୁ ଡାକ୍ତର କହୁଥିଲା ତ କେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାରୀ ତ ଆଉ କେତେବେଳେ ଆର୍ମି ଡାକ୍ତର ର ପରିଚୟ ଦେଉଥିଲା । କୌଣସି ସୂତ୍ରରୁ ଖବର ପାଇଁ ତା ଘରେ ଚଢାଉ କରି ତାକୁ ଗିରଫ କରାଯାଇଛି । ତେବେ ଚଢାଉ ବେଳେ ତା ନିକଟରୁ ଅନେକ ନକଲି ବିଦେଶୀ କାଗଜପତ୍ର , ଜାଲ ଡକ୍ୟୁମେଣ୍ଟ ବହୁମାତ୍ରାରେ । ଜବତ କରାଯାଇଛି । ବୁଖାରିଙ୍କ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୬ ରୁ ୭ ଜଣଙ୍କୁ ବିବାହ କରିଥିବା କ୍ରାଇବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି । ଏହା ବ୍ୟତୀତ ପାକିସ୍ତାନ ଲୋକଙ୍କ ସହ ଲିଙ୍କ ଥିବା ମଧ୍ୟ ସାମ୍ନା କୁ ଆସିଛି ।ବର୍ତ୍ତମାନ କ୍ରାଇବ୍ରାଂଚ ମୁଖ୍ୟ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚୁରା ଜାରି ରଖିଛି ।