Pratidin TV

Odisha's Digital News Platform

ହିନ୍ଦୁ କହି ଓଡିଶା ଯୁବତୀଙ୍କୁ ଧୋକାଦେଲା କାଶ୍ମୀର ଯୁବକ , ସର୍ମ୍ପକ ରଖି ଧର୍ମ ବଦଳାଇବାକୁ କଲା ବାଧ୍ୟ ।

1 min read

ପୁଣି ଓଡ଼ିଶାରେ ଲଭ୍ ଜିହାଦର ଅଭିଯୋଗ । କାଶ୍ମୀରର ଯୁବକ ଓଡ଼ିଶା ଯୁବତୀକୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବ ସହ ବ୍ଲାକ ମେଲିଙ୍ଗ ଅଭିଯୋଗ ସାମ୍ନାକୁ ଆସିଛି। କାଶ୍ମୀରରୁ ଭୁବନେଶ୍ବର ଆସିଥିବା ବେଳେ ସମୀର ମନ୍ସୁର କୁ ଗିରଫ କରିଛି ମହିଳା ପୋଲିସ ।

ସୂଚନା ଅନୁଯାୟୀ ଅଭିଯୁକ୍ତ ସମୀର ଘର ବିହାର ର ହେଇଥିବା ବେଳେ ଜମ୍ମୁ କାଶ୍ମୀର ରେ ରହି ଚାକିରୀ କରୁଥିଲା । ଜଗତସିଂହ ପୁର ଯୁବତୀଙ୍କ ସହ ସମୀର ର ଫ୍ରି ଫେୟାର ଖେଳରୁ ବନ୍ଦୂତ୍ୱ ସଂପର୍କ ଆରମ୍ଭ ହୋଇଥିଲା । ଆଉ ଏହି ସର୍ମ୍ପକ କିଛି ଦିନରେ ପ୍ରେମ ରୂପ ନେଇଥିଲା । ବାସ୍ତବରେ ସମୀର ମୁସଲମାନ ହୋଇଥିବା ବେଳେ ସେ ନିଜକୁ ହିନ୍ଦୁର ପରିଚୟ ଦେଇ ଯୁବତୀଙ୍କ ସହ ସର୍ମ୍ପକ ବଢାଇଥିଲେ । ଆଉ ତାଙ୍କୁ ଦେଖା କରିବାକୁ ପୁରୀ ଡାକିଥିଲେ । ସେଠାକୁ ଯାଇ ହୋଟେଲରେ ରହିବା ସମୟରେ ଯୁବତୀ ଜଣଙ୍କ ସମୀରଙ୍କ ପୁରା ନା ସମୀର ମନସୁର ବୋଲି ଜାଣିବାକୁ ପାଇଥିଲେ ଏବଂ ସେ ଜଣେ ମୁସଲମାନ ବୋଲି ଜାଣି ଯୁବତୀ ସେଠାରୁ ଆସିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସମୀର ପରମୁହୁର୍ତ୍ତରେ ନିଜ କଥା ଜାଲରେ ଯୁବତୀଙ୍କୁ ଖାଦ୍ୟ ରେ ନିଶା ଦେଇ ଶାରୀରିକ ସମ୍ପର୍କ ରଖିଥିଲା ଓ ଅନ୍ତରଙ୍ଗ ମୁହୁର୍ତ୍ତ ର ଭିଡ଼ିଓ ଉତ୍ତୋଳନ କରିଥିଲେ । ପରେ ଯୁବତୀଙ୍କୁ ବିବାହ କରିବା ବାଧ୍ୟ କରିଥିଲା ।

Advertisement

ବିବାହ କରିବା ପାଇଁ ହେଲେ ଧର୍ମ ପରିବର୍ତନ କରିବା ପାଇଁ ହେବ ବୋଲି କହି ତାଙ୍କୁ ଇସଲାମିକ୍ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରି ବ୍ଲାକମେଲିଂ କରୁଥିଲା । ଏନେଇ ପୀଡ଼ିତା ମନା କରିବାରୁ ସୋସିଆଲ ମିଡ଼ିଆ ରେ ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡ଼ିଆ ଭାଇରାଲ୍ କରିଥିଲା ସମୀର । ଆଉ ଏତିକିରେ ସମୀରର ମନ ବୁଝିନଥିଲା ସେ ଯୁବତୀଙ୍କ ବାପାଙ୍କ ଠାରୁ ଭିଡ଼ିଓ ଡିଲେଟ ପାଇଁ ଟଙ୍କା ମଧ୍ୟ ନେଇଥିଲା । ଶେଷରେ ଯୁବକଙ୍କ ଅତ୍ୟାଚାର ସହି ନ ପାରି ମହିଳା ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା।

Leave a Reply

Your email address will not be published. Required fields are marked *