Pratidin TV

Odisha's Digital News Platform

ସଫଳ ହେଲା କେସିଆରଙ୍କ ଅସ୍ତ୍ରୋପଚାର, ନିଜ ବାସଭବନରେ ପହି ହୋଇଥିଲେ ଆହତ..

1 min read

ଏରାଭେଲିସ୍ଥିତ ବାସଭବନରେ ପଡ଼ି ଆହତ ହୋଇଥିଲେ ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ତାଙ୍କ ହିପ୍‌ରେ ଆଘାତ ଲାଗିଥିଲା । ଯାହାପରେ ତାଙ୍କୁ ଗୁରୁବାର ରାତିରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ହିପ୍ ଫ୍ରାକ୍‌ଚର ହୋଇଥିଲା ।ଯାହାପାଇଁ ଡାକ୍ତରମାନେ ତାଙ୍କୁ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ । ତେବେ ଶୁକ୍ରବାର ଦିନ ତାଙ୍କର ସର୍ଜରୀ ହୋଇଥିବା ନେଇ ସୂଚନା ଦେଇଛନ୍ତି ବର୍ତ୍ତମାନ ବିଆରଏସ୍ ନେତା ଦାସୋଜୁ । ସେ କହିଛନ୍ତି ଯେ ‘ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ସଫଳ ହୋଇଛି । କେସିଆର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆମେ ଆଶା କରୁଛୁ ଯେ ତାଙ୍କୁ ତିନି ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ପାଖାପାଖି ଦେଢ଼ ଘଣ୍ଟା ମଧ୍ୟରେ ଡାକ୍ତରମାନେ ଗୁରୁତର ଅସ୍ତ୍ରୋପଚାର କରିଥିଲେ । ତେଲେଙ୍ଗାନାର ୪ କୋଟି ଜନତା ଏବଂ ଈଶ୍ୱରଙ୍କ ଆଶୀର୍ବାଦ ହେତୁ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି’ । ପୂର୍ବରୁ ଡାକ୍ତରମାନେ କହିଥିଲେ କି, ବିଆରଏସ୍ ମୁଖ୍ୟ କେସିଆର୍ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୮ ସପ୍ତାହ ସମୟ ଲାଗିବ । କେସିଆରଙ୍କ ପୁଅ କିଟି ରାମା ରାଓ ‘ଏକ୍ସ’ରେ ପୋଷ୍ଟ କରି କହିଥିଲେ, ବାଥରୁମରେ ପଡ଼ିଯିବା କାରଣରୁ କେସିଆରଙ୍କୁ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ କରାଇବାକୁ ପଡ଼ିବ ।

Advertisement

Leave a Reply

Your email address will not be published. Required fields are marked *