Pratidin TV

Odisha's Digital News Platform

ମହାଶିବରାତ୍ରୀରେ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର , ଏହି ଦିନ ଖୋଲିବାକୁ ଯାଉଛି କେଦାରନାଥର ଦ୍ୱାର..

1 min read

ମହାଶିବରାତ୍ରୀରେ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର । ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି କେଦାରନାଥର ଦ୍ୱାର । ଆସନ୍ତା ମେ ୧୦ ତାରିଖରେ ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାରା ଭକ୍ତଙ୍କ ଲାଗି ଖୋଲାଯିବ ବୋଲି ସୂଚନା ମିଳିଛି । ଭଗବାନ କେଦାର ନାଥଙ୍କ ପଞ୍ଚମୁଖୀ ଭୋଗ ପ୍ରତିମା ମେ ୫ ତାରିଖରେ ପଞ୍ଚକେଦାର ସ୍ଥାନରେ ଥିବା ଶ୍ରୀ ଓମକାରେଶ୍ୱର ମନ୍ଦିର ଉଖିମାଥରେ ପୂଜାର୍ଚ୍ଚନା କରାଯିବ ।
ପଞ୍ଚମୁଖୀ ଡୋଲି ମେ ୬ ତାରିଖରେ ଶ୍ରୀ କେଦାରନାଥ ଧାମ ଅଭିମୁଖେ ଯାତ୍ରା କରିବେ ଏବଂ ବିଭିନ୍ନ ପାହାଡ଼ ଦେଇ ମେ ୯ ତାରିଖ ସନ୍ଧ୍ୟାରେ କେଦାରନାଥ ଧାମରେ ପହଞ୍ଚିବେ ।

ଆଜି ପାଚକେଦାର ଗାଡିଷ୍ଟଲ ଶ୍ରୀ ଓମକେଶ୍ୱର ମନ୍ଦିର ଉଖିମାଥରେ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟଙ୍କ ଉପସ୍ଥିତିରେ ଆୟୋଜିତ ଏକ ଧାର୍ମିକ ସମାରୋହରେ ଦ୍ୱାର ଖୋଲିବାର ତାରିଖ ନିଶ୍ଚିତ କରାଯାଇଛି । ମେ ୧୦ ତାରିଖ ଦିନ ଶୁଭ ସମୟ ସକାଳ ୭ଟାରେ ଦ୍ୱାରା ଖୋଲାଯିବ ବୋଲି କୁହାଯାଇଛି । ଯାତ୍ରାକୁ ସୁଗମ ଓ ନିରାପଦ କରିବା ପାଇଁ ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଏହାସହିତ ବଦ୍ରିନାଥ ଏବଂ କେଦାରନାଥରେ ହସ୍ପିଟାଲ ସେବା ଆରମ୍ଭ ହେବ । ହସ୍ପିଟାଲ ଲାଗି ସମସ୍ତ ଯନ୍ତ୍ରାଂଶ କିଣିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନୁମୋଦନ ମିଳିଛି । ଯାତ୍ରା ମାର୍ଗରେ ଅଭିଜ୍ଞ ଡାକ୍ତରୀଦଳ ନିୟୋଜିତ ହେବେ । ଯାହା ଦ୍ୱାରା ତୀର୍ଥଯାତ୍ରୀମାନେ ତୁରନ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ ।

Advertisement

Leave a Reply

Your email address will not be published. Required fields are marked *