Pratidin TV

Odisha's Digital News Platform

ସରେଣ୍ଡରର ୩ ଦିନ ପୂର୍ବରୁ ପୁଣି ଜାମିନ ଆବେଦନ କଲେ କେଜ୍ରିୱାଲ

1 min read

ଆଉ ମାତ୍ର ୩ ଦିନ ପରେ ଜେଲରେ ଆତ୍ମସମର୍ପନ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଶେଷ ପର୍ଯ୍ୟାୟ ସରିବା ପରେ ଜୁନ ୨ ତାରିଖରେ ସେ କୋର୍ଟରେ ସରେଣ୍ଡର କରି ଜେଲକୁ ପୁଣି ଫେରିବେ | ତେବେ ମାତ୍ର ୩ ଥିବା ସମୟରେ ପୁଣି ଥରେ ଜାମିନ ଆବେଦନ କରିଛନ୍ତି କେଜ୍ରିୱାଲ |

ତେବେ ସୂଚନା ଅନୁଯାୟୀ ପୁଣି ଥରେ ନିଜ ସ୍ୱାସ୍ଥ୍ୟବସ୍ଥା କାରଣ ଦର୍ଶାଇ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି | ଦିନକୁ ଦିନ ଓଜନ ହ୍ରାସ ହେଉଥିବା ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟ ଅତ୍ୟଧିକ ଖରାପ ଥିବା ଜଣାପଡୁଛି | ମେଡିକାଲ ଚେକଅପ ପାଇଁ ସମୟ ଦରକାର ବୋଲି ସେ ଜାମିନ ଅପିଲ କରିଛନ୍ତି | ଆଜି ଏହି ଆବେଦନର ହେବ ଶୁଣାଣି |

Advertisement

ପୂର୍ଵସୂଚନା ଆଧାରରେ, ମଙ୍ଗଳବାର ସୁପ୍ରିମକୋର୍ଟ କେଜ୍ରିୱାଲ କରିଥିବା ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ଆବେଦନକୁ ଖାରଜ କରିଥିଲା | ପୂର୍ବରୁ ମଧ୍ୟ କେଜ୍ରିୱାଲ ଜାମିନର ଅବଧି ୭ ଦିନ ବୃଦ୍ଧି କରିବା ନେଇ ଅପିଲ କରିଥିଲେ | କିନ୍ତୁ ସୁପ୍ରିମକୋର୍ଟ ତାହାକୁ ଖାରଜ କରିଦେଇଥିଲେ |

Leave a Reply

Your email address will not be published. Required fields are marked *