Pratidin TV

Odisha's Digital News Platform

ତିହାର ଜେଲରେ ପ୍ରଚୁର ଆଳୁ, ଆମ୍ବ ଓ ମିଠା ଖାଉଛନ୍ତି କେଜ୍ରିୱାଲ…ଚିକିତ୍ସାଆଳ ଦେଖାଇ ନେଇପାରିବେ ଜାମିନ

ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ ରହିଛନ୍ତି । ଦୀର୍ଘଦିନ ହେବ ଗିରଫ ହେବା ପରେ ମଧ୍ୟ କେଜ୍ରିୱାଲଙ୍କୁ ଜାମିନ ମିଳିନାହିଁ । ତେବେ ପୂର୍ବରୁ କେଜ୍ରିୱାଲ ମଧୁମେହ ରୋଗରେ ଅଛନ୍ତି ପୀଡିତ | କେଜ୍ରିୱାଲ ଟାଇପ ୨ ମଧୁମେହ ରୋଗରେ ପୀଡ଼ିତ। ତଥାପି ସେ ପ୍ରଚୁର ପରିମାଣରେ ଖାଉଛନ୍ତି ଆମ୍ବ, ଆଳୁ ପୁରୀ ଓ ମିଠା | ଏପରି କିଛି ଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କେଜ୍ରିୱାଲଙ୍କ ନାଁରେ ବଡ଼ ଅଭିଯୋଗ ଆଣିଛି ଇଡି |

ଇଡି ଅଭିଯୋଗ କରି କହିଥିଲେ ଯେ, ଜେଲରେ ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି । ଯାହାଦ୍ୱାରା ତାଙ୍କ ଶରୀରରେ ସୁଗାର ମାତ୍ରା ବଢିବ ଏବଂ ମେଡିକାଲ ଚିକିତ୍ସା ଆଧାରରେ ଜାମିନ ହାସଲ କରିପାରିବେ । ଜେଲରେ ଥିବା ନିଜର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଙ୍କ ପରାମର୍ଶ ଚାହୁଁଥିବା ଦାବି କରି ଗୋଟିଏ ଆବେଦନ କୋର୍ଟରେ କରିଛନ୍ତି। ଏହାର ଶୁଶାଣି କୋର୍ଟ କରୁଥିବା ବେଳେ ଇଡି ଏପରି ଦାବି କରିଛି।

ଏହି ଅଭିଯୋଗ ପରେ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ କେଜ୍ରିୱାଲ ଖାଉଥିବା ଖାଦ୍ୟର ତାଲିକା ଦେବାକୁ ସୂଚନା ଦଦେଇଥିଲେ | ଏବଂ ଏହାସହ କୋର୍ଟ ଆପ ସୁପ୍ରିମୋ କେଜ୍ରିୱାଲଙ୍କ ଓକିଲଙ୍କୁ ମଧ୍ୟ ଡାକ୍ତର ତାଙ୍କ ପାଇଁ ପ୍ରଦାନ କରିଥିବା ଖାଦ୍ୟ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜେଲରେ ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଉଛି। ସେମାନେ ଦିନକୁ ୨ ଥର କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ କରୁଛନ୍ତି ପରୀକ୍ଷା ।

ତେବେ ଇଡି କୋର୍ଟରେ ତାଙ୍କ ସ୍ୱସ୍ୱାସ୍ଥ୍ୟବସ୍ଥା ଉପରେ ଏକ ଫାଇଲ କରିଥିଲା ଦାଖଲ | ଯେଉଁଥିରେ ଇଡି କହିଛି ଯେ, ଏପ୍ରିଲ ୧ରେ କେଜ୍ରିୱାଲ ତିହାର ଜେଲକୁ ଆସିଥିଲେ। ସେହି ସମୟରେ ତାଙ୍କ ସୁଗାର ୧୩୯ ଏମଜି/ଡିଏଲ ଥିଲା। କିନ୍ତୁ ଏପ୍ରିଲ ୧୪ ତାରିଖ ସକାଳ ସୁଦ୍ଧା ଏହା ୨୭୬ ଏମଜି/ଡିଏଲରେ ପହଞ୍ଚି ଯାଇଛି। ଏହା ଶୁଣିବା ପରେ କୋର୍ଟ ଶୁକ୍ରବାର ଦ୍ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛି |

Leave a Reply

Your email address will not be published. Required fields are marked *