Pratidin TV

Odisha's Digital News Platform

କେଜ୍ରିୱାଲଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି, ଏହି ୫ କଥାରେ ମିଳିଲା ଅନୁମତି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୩ ଦିନ ଧରି ସିବିଆଇର ନ୍ୟାୟିକ ହେପାଜତରେ ଅଛନ୍ତି। ଗତ ୨୫ ତାରିଖରେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସିବିଆଇ ତାଙ୍କୁ ତିହାର ଜେଲରେ ପଚରାଉଚରା କରିଥିଲା। ତା’ପରେ ପରଦିନ ସେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ଏବଂ ଭ୍ୟାକେସନ ବେଞ୍ଚ ଜଜ୍‌ ଅମିତାଭ ରାଓ୍ବତ ସିବିଆଇକୁ ୩ ଦିନ ଜେଲ୍‌ରେ ରହିବାକୁ ଅନୁମତି ଦେଇଥିଲେ। ଏହା ସହିତ କେଜ୍‌ରିଓ୍ବାଲଙ୍କୁ କୋର୍ଟ ମଧ୍ୟ କିଛି ଆଶ୍ୱସ୍ତି ଦେଇଛନ୍ତି | କେଜ୍ରିୱାଲ କୋର୍ଟଙ୍କଠାରୁ କିଛି ଅନୁମତି ମାଗିଥିଲେ। ଯାହାକୁ ଜଷ୍ଟିସ ଅମିତାଭ ତାଙ୍କୁ ଏହି ପାଞ୍ଚ କଥା ଉପରେ ଛାଡ଼ ପ୍ରଦାନ କରିଥିଲେ।

ତେବେ ଏହି ୫ ଅନୁମତିଗୁଡ଼ିକ ହେଲା…
୧. କେଜ୍‌ରିଓ୍ବାଲ ଜେଲ୍‌କୁ ତାଙ୍କର ଔଷଧ ନେଇପାରିବେ।
୨. ସେ ନିଜ ଚଷମା ପାଖରେ ରଖିପାରିବେ।
୩. ଘରୁ ଆସିଥିବା ଖାଦ୍ୟ ଖାଇପାରିବେ।
୪. ପ୍ରତିଦିନ ଏକ ଘଣ୍ଟା ପାଇଁ ତାଙ୍କ ସ୍ତ୍ରୀ ଏବଂ ଓକିଲଙ୍କୁ ଭେଟି ପାରିବେ।
୫. ଜେଲ୍‌ରେ କେଜ୍‌ରିଓ୍ବାଲଙ୍କୁ ଶ୍ରୀମଦ ଭଗବଦ ଗୀତା ପ୍ରଦାନ ପାଇଁ ଅନୁମତି ଦିଆଯାଇଛି।

ଗତ ୨୫ ତାରିଖରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ସିବିଆଇ। କେଜରିୱାଲଙ୍କୁ ପଚରାଉଚରା ପାଇଁ ସିବିଆଇ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

Leave a Reply

Your email address will not be published. Required fields are marked *