Pratidin TV

Odisha's Digital News Platform

ଓଡ଼ିଶା ଉଦାହରଣ ଦେଇ ବର୍ଷିଲେ କେଜ୍ରିୱାଲ, କହିଲେ ବିଜେପି କର୍ମୀ ଭାବୁଛନ୍ତି ମୋଦି ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି ..

1 min read

ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ। ହେଲେ ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ବାକ୍ ଯୁଦ୍ଧ ଜୋରଦାର ହେଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍ ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ଭାଜପା ନେତାମାନଙ୍କୁ ଅହଂକାରରେ ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରିବା ସହ ଅହଂକାରୀ ବିଜେପିକୁ ପରାସ୍ତ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ଫେରୋଜପୁରରେ ବ୍ୟବସାୟୀଙ୍କ ସହ ଏକ ବୈଠକ କରିବା ପରେ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଭଗବାନ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି, କିନ୍ତୁ ବିଜେପିର ଲୋକମାନେ ବର୍ତ୍ତମାନ ଭାବିବା ଆରମ୍ଭ କରିଛନ୍ତି ଯେ ମୋଦି ଜୀ ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି । ବିଜେପି ନେତା ସମ୍ବିତ ପାତ୍ର ମୋଦି ହେଉଛନ୍ତି ଜଗନ୍ନାଥଙ୍କ ଭକ୍ତ । ତେଣୁ ଅହଂକାରୀଭାଜପାକୁ ପରାସ୍ତ କରିବା ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଜି ମୁଁ ଦେଶକୁ ବଞ୍ଚାଇବା ପାଇଁ ଏକ ନିବେଦନ ସହିତ ଆପଣଙ୍କ ନିକଟକୁ ଆସିଛି । ଏବେ ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ର ବିପଦରେ । ଲୋକସଭା ନିର୍ବାଚନ ୨୦୨୪ ଆସନ | ପ୍ରାର୍ଥୀ | ଏହାକୁ ବଞ୍ଚାଇବା ପାଇଁ ଆମକୁ ପୁଣି ଆଗକୁ ଆସିବାକୁ ପଡିବ । ଯଦି ଆମେ ଏଥର ନରେନ୍ଦ୍ର ମୋଦିଙ୍କୁ ପରାସ୍ତ ନକରିବା ତେବେ ଗଣତନ୍ତ୍ର ଏବଂ ସମ୍ବିଧାନ ନଷ୍ଟ ହୋଇଯିବ । ତେବେ ଦେଶର ପରିସ୍ଥିତି ପାକିସ୍ତାନ, ବାଂଲାଦେଶ ଏବଂ ରୁଷିଆ ଭଳି ହେବ । ସେ ଅଭିଯୋଗ କରିଛନ୍ତି ଯେ ଏହି ନିର୍ବାଚନ ଏକଛତ୍ରବାଦୀ ଶୈଳୀରେ ଚାଲିଛି । ନିର୍ବାଚନ ପୂର୍ବରୁ ମୁଁ ଏବଂ ମୋ ଦଳର ତିନିଜଣ ବଡ ନେତା (ସଞ୍ଜୟ ସିଂ, ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ) ଜେଲରେ ରହିଥିଲୁ । ମହାରାଷ୍ଟ୍ରରେ ସେ ଶିବସେନା ଏବଂ ଏନସିପି ଭାଙ୍ଗିଥିଲେ । ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେଲରେ ରଖାଯାଇଛି ।

Advertisement

ତୁମେ ମୋତେ କୁହ, ଏକ ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବାର ଏହା ହେଉଛି ଉପାୟ କି ? ତେବେ ସେ ଆହୁରି ମଧ୍ୟ କହିଛନ୍ତି ଓଡିଶା ଭିତରେ ପଞ୍ଜାବର କୋଇଲା ଖଣି ରହିଛି , ଓଡିଶାରୁ କୋଇଲା ଆଣିବାକୁ ଚାଁହୁଥିଲୁ ହେଲେ କେନ୍ଦ୍ର ସରକାର କହିଲେ ଓଡିଶାରୁ କୋଇଲା ଆଣିବାକୁ ହେଲେ ତୁମକୁ ଜାହାଜରେ ଶ୍ରୀଲଙ୍କା ଯାଇ ଗୁଜୁରାଟ ଦେଇ ତାହାପରେ ପଞ୍ଜାବ ଆଣିବାକୁ ପଡିବ । ଏ ହେଉଛି ଦାଦାଗିରି ଗୁଣ୍ଡାଗିରି । ଦିଲ୍ଲୀ ସିଏମ ଆହୁରି କହିଛନ୍ତି, “ଯଦି ମୋଦି ଏଥର ନିର୍ବାଚନରେ ଜିତନ୍ତି ତେବେ ସେ ସମ୍ବିଧାନରେ ପରିବର୍ତ୍ତନ କରିବେ । ସେ ନିର୍ବାଚନ ବ୍ୟବସ୍ଥାକୁ ରଦ୍ଦ କରିବେ ଏବଂ ସମ୍ବିଧାନ ଅନୁଯାୟୀ ପଛୁଆ ତଥା ଅନୁସୂଚିତ ଜାତିମାନଙ୍କୁ ଦିଆଯାଇଥିବା ସଂରକ୍ଷଣକୁ ରଦ୍ଦ କରିବେ । ତେଣୁ ଏହି ନିର୍ବାଚନରେ ଆମକୁ ଏକଛତ୍ରବାଦୀ ଶାସନକୁ ସମାପ୍ତ କରିବାକୁ ପଡିବ ବୋଲି କେଜ୍ରିୱାଲ କହିଛନ୍ତି ।

Leave a Reply

Your email address will not be published. Required fields are marked *