Pratidin TV

Odisha's Digital News Platform

ଅରବିନ୍ଦ କେଜ୍ରିୱାଲଙ୍କୁ ହ୍ୱାଟସଆପ୍ ରେ ଦିଅନ୍ତୁ ଆଶୀର୍ବାଦ , ନମ୍ବର ଜାରି କଲେ ପତ୍ନୀ ସୁନୀତା ..

1 min read

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏବେ ଇଡି ହେପାଜତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜେଲ୍ ରେ ରହିବି ସରକାର ଚଳାଉଛନ୍ତି କେଜ୍ରିୱାଲ । ଏପଟେ ଲୋକଙ୍କ ସହ ଯୋଡି ହେଉଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ । ତେବେ ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କେଜ୍ରିୱାଲଙ୍କୁ ଆଶୀର୍ବାଦ ଅଭିଯାନ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ କୋର୍ଟ ସମ୍ମୁଖରେ ଯାହା କିଛି କହିଛନ୍ତି , ସେଥିପାଇଁ ବହୁତ ସାହାସ ଦରକାର । ଗତ ୩୦ବର୍ଷ ଧରି ମୁଁ ତାଙ୍କ ସହିତ ଅଛି । ଏହା ସହ ସୁନୀତା ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ସ୍ୱାମୀଙ୍କ ପାଖକୁ ବାର୍ତ୍ତା ପଠାଇବା ପାଇଁ ଏକ ହ୍ୱାଟସଆପ୍ ନମ୍ବର ଜାରି କରିଛନ୍ତି । ସୁନୀତା ହ୍ୱାଟସଆପ ନମ୍ବର ଜାରି କରି ଅରବିନ୍ଦ କେଜରିୱାଲଙ୍କ ସମର୍ଥନରେ ଏକ ଅଭିଯାନ ଚଳାଇବାକୁ ଘୋଷଣା କରିଛନ୍ତି । ଏହି ହ୍ୱାଟସଆପ୍ ନମ୍ବରରେ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶୀର୍ବାଦ, ଶୁଭେଚ୍ଛା ଏବଂ ପ୍ରାର୍ଥନା ପଠାଇ ପାରିବେ ବୋଲି ସୁନୀତା କହିଛନ୍ତି ।

ସେ କହିଛନ୍ତି ତାଙ୍କ ସ୍ୱାମୀ ଜଣେ ପ୍ରକୃତ ଦେଶପ୍ରେମୀ । ଏହିପରି ଆମର ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶମାନଙ୍କ ସହିତ ଲଢିବା ପାଇଁ ବ୍ୟବହାର କରୁଥିଲେ । ମୁଁ ତାଙ୍କ ସହିତ ୩୦ବର୍ଷ ଧରି ରହିଆସିଛି, ସେ ସବୁବେଳେ ଦୁର୍ନୀତିଗ୍ରସ୍ତ ଏବଂ ଏକଛତ୍ରବାଦୀ ଶକ୍ତିକୁ ଚ୍ୟାଲେଞ୍ଜ କରିଆସୁଛନ୍ତି । ଭ୍ରଷ୍ଟାଚାର ବିରୋଧରେ ସେ ଲଢେଇ କରୁଥିବାରୁ ତାଙ୍କ ସ୍ୱରକୁ ଦବାଇବାକୁ ପ୍ରୟାସ କରାଯାଇଛି । ସୁନୀତା ପ୍ରଶ୍ନ କରିଛନ୍ତି ଯେ, ଏହି ଯୁଦ୍ଧରେ ତୁମେ ତୁମର ଭାଇ, ପୁଅକୁ ସମର୍ଥନ କରିବ ନାହିଁ କି । ସେ ଏକ ହ୍ୱାଟସ ଆପ ନମ୍ବର (୮୨୯୭୩୨୪୬୨୪) ମଧ୍ୟ ପ୍ରକାଶ କରିଛନ୍ତି ।

Advertisement


ଏହି ନମ୍ବର ପ୍ରକାଶ କରି ସେ କହିଛନ୍ତି, ଏହା ମାଧ୍ୟମରେ (ହ୍ୱାଟସ୍ ଆପ ନମ୍ବର) ଆମେ ଅଭିଯାନ ଆରମ୍ଭ କରୁଛୁ – କେଜରିୱାଲଙ୍କୁ ଆଶୀର୍ବାଦ । ଆପଣ ଏହି ନମ୍ବରରେ ଆପଣଙ୍କର ବାର୍ତ୍ତା ଦେଇପାରିବେ । ଅନେକ ଲୋକ ଅରବିନ୍ଦ କେଜରିୱାଲଙ୍କ ପାଇଁ ଶପଥ ନେଇଛନ୍ତି ଏବଂ ଉପବାସ କରୁଛନ୍ତି । ଆପଣ ଯେ କୌଣସି ଦଳର ହୁଅନ୍ତୁ ଏବଂ ମହିଳା, ଶିଶୁ, ବୃଦ୍ଧ, ସମସ୍ତେ ଏହି ନମ୍ବରରେ ବାର୍ତ୍ତା ପଠାଇପାରିବେ । ଏହି ବାର୍ତ୍ତା କେଜ୍ରିୱାଲଙ୍କ ପାଖରେ ପହଞ୍ଚିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ହ୍ୱାଟସଆପ୍ ନମ୍ବର ଜରିଆରେ କେଜ୍ରିୱାଲଙ୍କୁ ଆଶୀର୍ବାଦ ଦେବା ସହ ତାଙ୍କ ସହିତ ଛିଡାହେବାକୁ ସୁନୀତା ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *