Pratidin TV

Odisha's Digital News Platform

ତେଜିଲା ନବ ନିର୍ମାଣ କୃଷକ ସଂଗଠନ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳିଳେ ବସ୍ତା ବସ୍ତା ଧାନ

1 min read

କେନ୍ଦୁଝର : ରାଜ୍ୟରେ କୃଷକେନ୍ଦୁଝରରେ ତିନି ଦଫା ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଧାନ ଢାଳି ପ୍ରତିବାଦ । ଧାନକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ଉଠୁଥିବା ପଡୁଥିବା ବେଳେ ଏହାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ବିକ୍ଷୋଭ କରାଯାଇଥିଲା ।

ଏହି ପରିପ୍ରେକ୍ଷିରେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବସ୍ତା ବସ୍ତାଧାନ ଢାଳି ପ୍ରତିବାଦ ଜଣାଇଛନ୍ତି । ଏମାନଙ୍କ ଦାବି ହେଲା ସରକାର ପ୍ରତିଶୃତି ଦେଇଥିଲେ କଟ ନି ଛଟନି ହେବ ନାହିଁ । ବସ୍ତା ଫେରସ୍ତ ଦିଆଯିବ ଓ ଶ୍ରମିକ ପଇସା ମିଳିବ । ହେଲେ ଏ ସବୁକୁ ମାନୁ ନାହାନ୍ତି ମିଲର । ଫଳରେ ଚାଷୀ ବହୁ ଅସୁବିଧା ର ସମୁଖିନ ହେଉଛନ୍ତି । ଏଫ.ଏ.କ୍ୟୁ ବାହାନାରେ ସାରା ଓଡ଼ିଶାରେ ପ୍ରତି ମଣ୍ଡିରେ ୧୨ ରୁ ୧୩ କେ.ଜି ଲେଖାଏଁ କାଟ। ଚାଷୀ ମାନେ ଧାର, କରଜ କରିବା ସହ ସୁନା ବିକି ଧାନ ଚାଷ କରିଥିଲେ. ଧାନ ମଣ୍ଡିରେ ବିକ୍ରୟ କରୁଥିବା ବେଳେ ଏବେ ସରକାର ଧାନ କଟଣୀ, ଛଟଣୀ କରୁଛି ।ଯାହା ଫଳରେ ଚାଷୀ ମାନେ ଧାନ ବସ୍ତା ରଖି ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲା ପ୍ରଶାସନ ତାଙ୍କ ଦାବି ନ ଶୁଣତି ତାହା ହେଲେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ପ୍ରଶାସନ ଙ୍କୁ ଚେତାବନୀ ଦେଇଛନ୍ତି. ସେହିପରି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଭେଟି ଏହି ସବୁ ସମସ୍ୟା ଜଣାଇଥିଲେ ମଧ୍ୟ ତାଙ୍କ କଥା ଶୁଣି ନ ଥିଲେ ଜିଲ୍ଲା ପ୍ରଶାସନ. ତେଣୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନୀ କରୁଛି ନବନିର୍ମାଣ କୃଷକ ସଂଗଠନ ।

Advertisement

ଜିଲ୍ଲା ପ୍ରଶାସନ , ରାଜନେତା , ସମବାୟ ସମ୍ପାଦକ ସମସ୍ତଙ୍କର ମିଲରଙ୍କ ପ୍ରତି ଅହେତୁକ ଅନୁକମ୍ପା । ଯୋଗାଣ ବିଭାଗର ମାର୍ଗଦର୍ଶୀକା ଅନୁଯାୟୀ ମଣ୍ଡିରେ ଧାନ କିଣାହେଉ ନାହିଁ । ଶହ ଶହ କୋଟି ଗରିବ ଚାଷୀଙ୍କ ଧାନକିଣା ରୁ ଲୁଟବେଳେ ସରକାରୀ ବଡପଣ୍ଡା ସରକାରୀ ଆଇନ ଓ ନାଲିଆଖୁକୁ ମିଲରଙ୍କ ବିରୋଧରେ ଲଗାଇ ପାରୁନାହାଁନ୍ତି କାହିଁକ ? ଯଦି ଏ ସବୁକୁ ବନ୍ଦ ନ କରାଯାଏ ତେବେ ଆଗାମି ଦିନ ରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *