Pratidin TV

Odisha's Digital News Platform

କାମୁଡିଦେଲା ବିଷଧର ନାଗ ; ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ଯୁବକ ,..

କେନ୍ଦୁଝର : ବିଷାକ୍ତ ନାଗସାପ ଦଂଶନ ପରେ ଉପସ୍ଥିତ ବୁଦ୍ଧି ଓ ସାହସିକତା ବଳରେ ମୃତ୍ୟୁମୁଖରୁ ବର୍ତ୍ତିଲେ ଯୁବକ । ନାଗସାପକୁ ଅଖାରେ ଭର୍ତ୍ତିକରି ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ । ଏଭଳି ଏକ ଦୁଃଶାହସିକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାଙ୍କି ମୁଣ୍ଡାସାହିରେ ।

ଶୁକ୍ରବାର ଗାଁର ଗୁରା ମୁଣ୍ଡା ଅନ୍ଧାରରେ ବିଷଧର ସର୍ପ ଉପରେ ଗୋଡ଼ ପଡ଼ିଯାଇଥିବାରୁ, ତାଙ୍କ ପାଦକୁ କଣ ଗୋଟେ କାମୁଡିଦେଇଥିଲା । ଏହାପରେ ସେ ଟର୍ଚ୍ଚମାରି ଦେଖିବାକୁ ପାଇଥିଲେ ଏକ ନାଗସାପକୁ । ବିଷଧର ନାଗସାପକୁ ଦେଖି ସେ ଧୈର୍ଯ୍ୟହରା ନହୋଇ ଉପସ୍ଥିତ ବୁଦ୍ଧି ବଳରେ ନିଜ ସ୍ତ୍ରୀଙ୍କୁ ତାଙ୍କ ଗୋଡ଼ରେ ଏକ ଗାମୁଛା ବାନ୍ଧି ଦେବାକୁ କହିଥିଲେ ।

ପଡ଼ୋଶୀ ଲୋକେ ଏକାଠି ହୋଇ ନାଗସାପକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ଡ଼ାକ୍ତରଖାନାରେ ଗୁରା ମୁଣ୍ଡାଙ୍କର ଚିକିତ୍ସା ଚାଲିଥିବା ବେଳେ, ଖବର ପାଇ ସାପ ଧରାଳୀ ସୁଦର୍ଶନ ସ୍ଵାଇଁ ପହଞ୍ଚି ଅଖା ଭିତରୁ ନାଗସାପକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ।ଗୁରାଙ୍କ ଏପରି ଧର୍ଯ୍ୟଶକ୍ତି ଓ ସାହସିକତାକୁ ଗ୍ରାମବାସୀ ମାନେ ଭରି ଭରି ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *