Pratidin TV

Odisha's Digital News Platform

ଓଡିଶାରେ ଶିକ୍ଷା ବ୍ୟବସ୍ଥାର ବିକୃତ ଦୃଶ୍ୟ ; ଶୋଇଲେ ମଦ୍ୟପ ଶିକ୍ଷକ ଓ ରୋଷେୟା , ଛାତ୍ର ରାନ୍ଧୁଛନ୍ତିି ମଧ୍ୟାହ୍ନ ଭୋଜନ

କେନ୍ଦୁଝର : ସରକାରଙ୍କ ସର୍ବଶିକ୍ଷା ଯୋଜନା ଆଶା ହରାଇଛି କେନ୍ଦୁଝର ଜିଲ୍ଲାରେ । ଶିକ୍ଷାର ଦାରୁଣ ରୂପ ଦେଖି ବିଶ୍ୱାସ ହେଉନି , ଆଜିବି ଏଭଳି ଅବସ୍ଥାରେ ଚାଲୁଛି ବିଦ୍ୟାଳୟ । ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ ବିଦ୍ୟାଳୟରେ ପାଠନପଢି ରାନ୍ଧୁଛନ୍ତି ମଧ୍ୟାହ୍ନ ଭୋଜନ । ଯାହାର ଦୃଶ୍ୟ ବାଜିଛି ଆମ ପ୍ରତିଦିନ ଟିଭି ହାତରେ ।

ଆଜ୍ଞା ହଁ ଦେଖନ୍ତୁ କିଭଳି କୁନି କୁନି ଛୁଆ ଗୁଡିକ ପାଠ ଛାଡି ରୋଷେଇ କାମରେ ଲାଗିପଡିଛନ୍ତି । ତାହାବି ପୁଣି ବିଦ୍ୟାଳୟ ଭିତରେ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଧୁଝର ଜିଲ୍ଲାରେ ଦେଖାଦେଇଛି । ଘଟଣାଟି ଏପରିକିଅଳ୍ପ କିଛି ଦିନ ପୂର୍ବେ ଡ଼ିମିରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଛାତ୍ରୀ ଅସଦାଚରଣ ଅଭିଯୋଗ ରେ ପୋଲିସ କୋଟ ଚାଲାଣ କରିଥିବା ବେଳେ ଆଜି ସେହି ସ୍କୁଲରେ ଦେଖିବାକୁ ମିଳିଛି ଅସ୍ୱାଭାବିକ କାଣ୍ଡ । ଯାହାକି ସେଠାରେ ଉପସ୍ଥିତ ଥିବା ସହକାରୀ ଶିକ୍ଷକ ମାନସିଂ ମୁଣ୍ଡା ମଦ୍ୟପାନ କରି ସ୍କୁଲ ବାରଣ୍ଡାରେ ସୋଇଥିବା ବେଳେ ରୋଷେୟା ଦେବାନନ୍ଦ ଦେହୁରୀ ମଧ୍ୟ୍ୟ ମଦ୍ୟ ପାନ କରି ରୋଷେଇ ଘରେ ଶୋଇପଡ଼ିଛି ।

ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମନେ ମଧ୍ୟାହ୍ନ ଭୋଜନ ରୋସେଇ କରୁଥିବା ଚିତ୍ର ତାହା ଦେଖିବାକୁ ମିଳିଛି । ଏହିପରି ଆଗରୁ ବହୁବାର ଏମିତି ଘଟଣ ଯାଇଥିବା ପରେ ମଧ୍ୟ୍ୟ ସୁଧାରିବାର ନା ନେଉ ନ ଥିବାରୁ ଶିକ୍ଷକ ଓ ରୋଷେୟା ଙ୍କୁ ନିଲମ୍ବନ କରିବା ପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି ।

ମଦୁଆ ଶିକ୍ଷକ ଓ ରୋଷେୟା

Leave a Reply

Your email address will not be published. Required fields are marked *