Pratidin TV

Odisha's Digital News Platform

ଅନ୍ଧବିଶ୍ୱାସ ନା ଅର୍ଥାଭାବ : ମୁଣ୍ଡ ବିନ୍ଧା ନକମିବାରୁ କପାଳରେ ଦେଲେ ଚେଙ୍କର ବିନ୍ଦି ..

1 min read

କେନ୍ଦୁଝର : ଅନ୍ଧବିଶ୍ୱାସରେ ଅନ୍ଧାର ଗଳିରେ ଦିଗହରା ମଣିଷ ! ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ , ମୁଣ୍ଡବିନ୍ଧା ନକମିବାରୁ ମୁଣ୍ଡରେ ଦେଲେ ଚେଙ୍କ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରୁ ।

ମହିଳାଙ୍କ କପାଳର ବାମ ପାର୍ଶ୍ଵରୁ ଡାହାଣ ପାର୍ଶ୍ଵ ଯାଏ ଲମ୍ବିଥିବା ଏହା ବିନ୍ଦି ନୁହେଁ, ବରଂ ଚେଙ୍କ ଦିଆଯାଇଛି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ହେଲେ ନିଜ ମୁଣ୍ଡରେ ନିଜେ ଚେଙ୍କ ଦେଇଛନ୍ତି ଏହି ମହିଳା । ମୁଣ୍ଡବ୍ୟଥାର ଉପସମ ପାଇଁ ବାରମ୍ବାର ନିଜ କପାଳରେ ସେ ଚେଙ୍କ ଦେଇଛନ୍ତି । ବିଜ୍ଞାନ ଠୁ ବହୁତ ଦୂରରେ, ଅନ୍ଧବିଶ୍ୱାସର ଅନ୍ଧଗଳିରେ ଏବେବି ବଞ୍ଚିଛନ୍ତି ଲୋକେ । ଔଷଧ ଉପରେ ବିଶ୍ୱାସ ନକରି ଚେଙ୍କ ଉପରେ ଅଧିକ ଭରସା କରୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଳକ ନୂଆଗାଁ ପଞ୍ଚାୟତ ରତନପୁର ଗାଁରେ । ଗାଁର ଜାନି ମୁଣ୍ଡାଙ୍କର ୩ ଝିଅ ଥିବା ବେଳେ, ସ୍ଵାମୀ ଶଯ୍ୟାଶାୟୀ ।

Advertisement

ପ୍ରବଳ ମୁଣ୍ଡବ୍ୟଥାରୁ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସେ ଜିଲ୍ଲା ସ୍ୱାସ୍ଥ କେନ୍ଦ୍ରରେ ଦେଖାଇ ସରକାରଙ୍କ ମାଗଣା ଔଷଧ ଆଣି କାଇଥିଲେ । କିନ୍ତୁ ଏହାର ଅନେକ ଦିନ ଯାଏ ଉକ୍ତ ଔଷଧକୁ ଖାଇଥିଲେ ମଧ୍ୟ ତାଙ୍କର ଅସହାୟ ମୁଣ୍ଡ ବିନ୍ଧା କମିନଥିଲା । ସ୍ୱାମୀ ଶର୍ଯ୍ୟଶାୟୀ ୩ ଝିଅଙ୍କ ବୋଝ ଜାନିଙ୍କ ଉପରେ । ଏପଟୁ ଦିନକୁ ଖଟିଲେତ ପରିବାର ପେଟକୁ ଦିଓଳା ଦାନା ଯିବ । ଏଭଳି ଅଭାବ ପରିସ୍ଥିତିରେ ବାହାରୁ ଆଉ ଔଷଧ କିଣି କେଉଁଠୁ ଆଣି ଖାଇବେ । ଶେଷରେ ବାଧ୍ୟ ହୋଇ ନିଜ ପୂର୍ବପୀଢିମାନଙ୍କରେ ଦେଖି ଆସୁଥିବା ମୁଣ୍ଡ ଯନ୍ତ୍ରଣାର ଉପସମ ପାଇଂ ଚେଙ୍କ ଦେଇଥିଲେ । ପୁଣି ଗୋଟିଏ କି ୨ ଟି ଚେଙ୍କ ନୁହେଁ ବରଂ ଜାନୀଙ୍କ କପାଳରେ ୧୫ ରୁ ୨୦ ଟି ଚେଙ୍କ ଦେକରବାକୁ ମିଳିଥିଲା ।

ତାଙ୍କୁ ଆମ ପ୍ରତିଦିନର ରିପୋର୍ଟର ଭାଇପଚାରିଥିବାରୁ କହିଥିଲେ ଯେ , ବାବୁ ଆମେତ ମୁର୍ଖ ଲୋକ । ସରକାରୀ ଡାକ୍ତରଖାନାରେ ଦେଖାଇ ଔଷଧ ଆଣିଥିଲୁ । ସେଗୁଡା ଯେତେ ଖାଇଲେବି କମିବାର ନାଁ ଧରୁନଥିଲା । ଆଉ କଣ ବା କରିଥାନ୍ତୁ ଶେଷରେ ଆମ ପୂର୍ବପୀଢିରେ ଥିବା ଏହି ଅନ୍ଧବିସ୍ୱସକୁ ଆପଣାଇଲୁ ।
ତେବେ ଆଜିର ବିଜ୍ଞାନ ଯୁଗରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ପରେ ମଧ୍ୟ ଅନ୍ଧବିଶ୍ୱାସ ଦୂର ହୋଇ ପାରୁ ନଥିବା ଦେଖିବାକୁ ମିଳିଛି । ଦାରିଦ୍ର‌୍ୟ ତଥା ଶିକ୍ଷା ଓ ସଚେତନତା ର ଅଭାବ ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *