Pratidin TV

Odisha's Digital News Platform

ନିଶା ଆଡ୍ଡାସ୍ଥଳିରେ ଗଡିଲା ମୁଣ୍ଡ,ଛୁରା ମାଡରେ ପ୍ରାଣ ହରାଇଲେ ଯୁବକ …


କେନ୍ଦ୍ରାପଡା: ନିଶା ଆଡ୍ଡାସ୍ଥଳି ହେଲା ଯୁବକଙ୍କ ପାଇଁ ମୃତ୍ୟୂର ସ୍ଥଳି । ଯାହା ସାଙ୍ଗରେ ନିତି ବସି ନିଶା ସବେନ କରୁଥିଲେ । ଶେଷରେ ସେହିମାନେ ହିଁ ଯୁବକଙ୍କ ମୃତ୍ୟୁର କାରଣ ପାଲଟିଲେ । ହଁ ଆଜ୍ଞା ସାଙ୍ଗମାନଙ୍କ ସହ ବସି ନିଶା ସେବନ କରୁଥିବା ବେଳେ ହୋଇଥିଲା ବଚସା । ଆଉ ପରେ ଏହି ବଚସା ଭୟଙ୍କର ରୂପ ନେଇଥିଲା । ଫଳରେ ସେଠାରେ ଗଡିଥିଲା ମୁଣ୍ଡ । କେନ୍ଦ୍ରାପଡା ଜିଲା ନିକିରାଇ ଥାନା ଅନ୍ତର୍ଗତ ଧୂମାତ ଶାସନ ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ଅଭାବନୀୟ କାଣ୍ଡ । ଛୁରା ମାଡର ଶିକାର ହୋଇ ପ୍ରାଣ ହରାଛନ୍ତି ଜଣେ ଯୁବକ । ତେବେ ମୃତ ଯୁବକ ଜଣଙ୍କ ହେଉଛନ୍ତି ଚାରି ଗାଁର ୩୦ ବର୍ଷୀୟ ତ୍ରିଲୋଚନ ମଳିକ ।


ସୂଚନା ଅନୁସାରେ ଆଜି ଦିନ ପ୍ରାୟ ସାଢେ ବାରଟା ବେଳେ ତ୍ରିଲୋଚନ ଅନ୍ୟ ୫ ଜଣ ସାଙ୍ଗଙ୍କ ସହ ଧୂମାତ ଶାସନ ସ୍ଥିତ କେନାଲ ବନ୍ଧ ମହାପୁରୁଷଙ୍କ ନିକଟରେ ବସି ନିଶା ସେବନ କରୁଥିଲେ । ତ୍ରିଲୋଚନ ଏବଂ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ହଠାତ୍ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ଗଣ୍ଡଗୋଳ ବଢ଼ିବାରୁ ସେମାନଙ୍କ ମଧ୍ୟରୁ କେହି ଜଣେ ତ୍ରିଲୋଚନ ଙ୍କୁ ଏକ ଧାରୁଆ ଛୁରୀ ରେ ଆକ୍ରମଣ କରିଥିଲା । ଯାହାଫଳରେ ତ୍ରିଲୋଚନ ଙ୍କ କାନ୍ଧ, ଛାତି ରେ ଗଭୀର କ୍ଷତ ସ୍ରୁଷ୍ଟି ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଆଉ ଛୁରୀ ମାଡ କରି ଅନ୍ୟ ୫ ଜଣ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ତ୍ରିଲୋଚନ ଙ୍କୁ ଉଦ୍ଧାର କରି ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । କିନ୍ତୁ ଡାକ୍ତରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥରଲେ । ଅନ୍ୟପଟେ ମୃତ ତ୍ରଲୋଚନ ଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଥିବା ଜଣାପଡ଼ିଛି । ସେ ଚୋରି, ଡକାୟତି, ଅପହରଣ, ଲୁଟ, ଗୁଳିକାଣ୍ଡ, ବେଆଇନ୍ ଅସ୍ତ୍ର ରଖିବା ପ୍ରଭୃତି ମାମଲା ସହ ଜଡିତ ଥିବା ବେଳେ ବହୁବାର ଜେଲ ମଧ୍ୟ ଯାଇଛନ୍ତି । ସେପଟେ ହତ୍ୟାକାଣ୍ଡକୁ ନେଇ ନିକିରାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *