Pratidin TV

Odisha's Digital News Platform

ଭିଜିଲାନ୍ସ ଜାଲରେ ଫଶିଲେ, କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ

ଭୁବନେଶ୍ୱର : ରାଜ୍ୟରେ ଲାଞ୍ଚୁଆମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ନିଜପ୍ରାଣ ପଣେ ଲାଗିପଡିଛି ଭିଜିଲାନ୍ସ । ତେବେ ଚଳିତ ମାସ ଅନେକ ନେତା,ଅଭିନେତ୍ରୀ,ଡାକ୍ତର ଏଭଳି କିଛି ଠକମାନଙ୍କୁ ତାଙ୍କ ଅସଲ ଜାଗା ଦେଖାଇଥିବା ବେଳେ, ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ସଞୀବ ସିଂ ।

ସୂଚନା ଅନୁଯାୟୀ ଆଜି ସକାଳ ୯ଟା ସମୟରେ, ଜଣେ ସରକାରୀ କର୍ମଚାରୀଙ୍କ ଟ୍ରାନ୍ସଫର ବାତିଲ କରେଇଦେବା ବାବଦକୁ ୨୦ ହଜାର ଟଙ୍କା ନେଉଥିବା ବେଳେ ଧରାପଡିଛନ୍ତି ସେ । ଏହାପରେ ଭିଜଲାନ୍ସ ତାଙ୍କ କେନ୍ଦ୍ରାପଡା ସ୍ଥିତ ଭଡାଘର ସହ ବାଲେଶ୍ୱର ସ୍ଥିତ ତାଙ୍କ ପୈତୃକ ଘରେ ମଧ୍ୟ ରେଡ୍ ପକାଇଛି ।

ଆସନ୍ତା ୩୦ ତାରିଖରେ ଡିଇଓ ସଞୀବ ସିଂ ତାଙ୍କ କାର୍ଯ୍ୟରୁ ଅବସର ନେଇଥାନ୍ତେ । ତେବେ ଅବସର ଆଉ ଅଳ୍ପଦିନ ଥିବାବେଳେ ନିଜ ଲୋଭ ପାଇଁ ଆଜି ଏପରି ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି ସେ । ସିଂଙ୍କ ନାରେ ଏକ ସରକାରୀ କର୍ମଚାରୀ ହୋଇ ଏପରି କାମ କରି ନିଜକୁ ଦୋଷୀ ନମାନିବା ପାଇଁ ,କଟକ ଭିଜିଲାନ୍ସ ପୋଲିସ ଷ୍ଟେସନ କେସ ନଂ ୪୨/୨୦୨୨ଙ୍କ/ଗ୍ଦ ସହ ଧାରା ୭ପିସି ସଂଶୋଧନ କାର୍ଯ୍ୟଧାରା ରେଜିଷ୍ଟର କରାଯାଇଛି ।

Leave a Reply

Your email address will not be published. Required fields are marked *