Pratidin TV

Odisha's Digital News Platform

୫ ବର୍ଷ ହେବ ପାଲ ତଳେ ବିତୁଛି ୪ ପ୍ରାଣୀଙ୍କ ଜୀବନ

1 min read

କେନ୍ଦ୍ରାପଡା : ଖରାର କରାଳ କୃଦୃଷ୍ଟିରେ ଭାଜି ହୋଇଯାଉଛନ୍ତି ଲୋକେ । ଅସହ୍ୟ ତାତିକୁ ଝଟପଟ କରୁଛି ଝାଞ୍ଜି ପବନ । ଏସବୁ ଭିତରେ ଏସି ଫୟାନ୍ ଓ ପଙ୍ଖାର ପବନ କାମ କରୁନଥିବା ସମୟରେ ୪୧ ଡିଗ୍ରୀ ତାପମାତ୍ରାରେ କଳା ପାଲତଳେ ହନ୍ତସନ୍ତ ହେଉଛନ୍ତି ୪ ପ୍ରାଣୀ କୁଟୁମ୍ବ ।

ସାତସିଆଁ ପାଲ ତଳେବିତୁଛି ଜୀବନ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଲଟିଛି ସାତସପନ  । ଘରର ଏକମାତ୍ର ପୁଅର ମୃତ୍ୟୁ ପରେ ଅର୍ଥାଭାବରୁ ଚାଳ ଛପର କରିନପାରି ପାଲତଳେ ଜୀବନ ବିତାଉଛନ୍ତି ବିଧବା ମା, ବିଧବା ପତ୍ନୀ,ପୁଅ ଓ ଝିଅ ସମେତ ଚାରି ପ୍ରାଣୀ କୁଟୁମ୍ବ  ।

Advertisement

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଂଚାୟତ ନାରାୟଣପୁର ଗାଁର ବେନୁ ମହାନ୍ତି ମହାବାତ୍ୟା ପୂର୍ବରୁ ମୃତ୍ୟୁ ବରଣ କରିବା ପରେ ଏକମାତ୍ର ପୁତ୍ର ଗୁଲୁ ମହାନ୍ତି ଦାଦନ ଖଟି ପରିବାର ଚଳାଉଥିଲେ  । ମାତ୍ର କାର୍ଯ୍ୟ ସ୍ଥଳୀକୁ ଯିବା ବାଟରେ ପାଞ୍ଚ ବର୍ଷ ତଳେ ଗାଡି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା  । ଅର୍ଥାଭାବରୁ ଘର ଛପର କରିନପାରି ସାତ ସିଆଁ ପାଲ ତଳେ ଜୀବନ ବିତାଉଛନ୍ତି ପରିବାର ଲୋକେ  । ଚାଷ ଜମି ନଥିବାରୁ ୨୦ କିଲୋ ରାସନ କାର୍ଡ ଚାଉଳ ସାଙ୍ଗକୁ ବୃଦ୍ଧା ଶାଶୁ ଜିତା ଓ ବିଧବା ବୋହୁ ସଂଯୁକ୍ତାଙ୍କ ବିଧବା ଭତ୍ତା ହିଁ ପରିବାର ପାଇଁ ସମ୍ବଳ ସାଜିଛି  ।

ସେପଟେ ଘର ଢିହ ଜମି ଅଭାବରୁ ପଡୋଶୀ ଜାଗାରେ ପଲ୍ଲା ମାରି ସରକାରଙ୍କ ପକ୍କା ଗୃହ ଯୋଜନାକୁ ଅପେକ୍ଷା କରିଛନ୍ତି  ।ନେତା, ମନ୍ତ୍ରୀ ଙ୍କ ଦୃଷ୍ଟି ପଡୁନଥିବା ବେଳେ ସରକାରୀ ବାବୁଙ୍କ ଆଢୁଆଳରେ ବାସହୀନ ବିଧବା ପରିବାର  । ମାଗି ଯାଚି ପାଠ ପଢୁଛନ୍ତି ଝିଅ ପ୍ରିୟଦର୍ଶିନୀ ଓ ସାନ ଭାଇ  । କେବେ ସରକାରଙ୍କ ଦୃଷ୍ଟି ଗୋଚରକୁ ଆସିବ ଏହି ଗରିବ ପ୍ରକୃତହିତାଧିକାରୀ ପରିବାର ?

Leave a Reply

Your email address will not be published. Required fields are marked *