ମୋବାଇଲକୁ ୩ ଟି ମ୍ୟାସେଜ୍ ଆସିବା ପରେ ଖାଲି ହୋଇଗଲା ଯୁବକଙ୍କ ଆକାଉଣ୍ଟ
1 min readକେନ୍ଦ୍ରାପଡା : ପୁଣି ମାତିଲେ ସାଇବର ଲୁଟେରା । ଆକାଉଣ୍ଟରୁ ଲୁଟିନେଲେ ଟଙ୍କା । ପୁଣି ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଆଳି କଳଦିଆ ଗ୍ରାମର ଧର୍ମେନ୍ଦ୍ର ପଣ୍ଡା ।
ସୂଚନାଯୋଗ୍ୟ ଯେ ଶୁକ୍ରବାର ଦିନ ଦୁଇଟା ଚାଳିଶ ମିନିଟ ସମୟରେ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ତିନିଥର ମେସେଜ ଆସିଥିଲା ଏବଂ ମେସେଜ ମୁତାବକ ତାଙ୍କର ଆଳି ୟୁକୋ ବ୍ୟାଙ୍କ ଶାଖାରେ ଥିବା ଆକାଉଣ୍ଟରୁ ପ୍ରଥମେ ୧୯.୯୯୯ ଟଙ୍କା ପୁଣି ୧୪୯୯ ଟଙ୍କା ଓ ପରେ ୧.୦୭୭ ଟଙ୍କା କଟି ଯାଇଥିଲା । ଧର୍ମେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଆଳି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାର ମ୍ୟାନେଜରଙ୍କୁ ଦେଖା କରିବା ପରେ ମ୍ୟାନେଜର ତାଙ୍କ ଆକାଉଣ୍ଟଟିକୁ ବ୍ଲକ କରିଦେଇଥିଲେ ଓ ସମସ୍ତ ବ୍ୟାଙ୍କ ଷ୍ଟେଟମେଣ୍ଟ ଦେଇ ଥାନାରେ ଲିଖିତଃ ଅଭିଯୋଗ କରିବାକୁ କହିବା ପରେ ଧର୍ମେନ୍ଦ୍ର ଆଳି ଥାନାର ଦ୍ୱାରସ୍ତ ହୋଇଥିବା ଦେଖିବାକୁ ମିଳିଛି ।
ରାଜ୍ୟରେ ସାଇବର କ୍ରାଇମ ରୋକିବା ପାଇଁ ରାଜ୍ୟ ପୋଲିସ ବିଭାଗ ଆପ୍ରାଣେ ଚେଷ୍ଟା କରି ଜାଗା ଜାଗା ସାଇବର ଥାନା ଖୋଲୁ ଥିବା ବେଳେ ସାଧାରଣ ଲୋକେ ବାରମ୍ବାର ସାଇବର ଠକେଇର ଶିକାର ହେଉଥିବା ଦେଖିବାକୁ ମିଳୁଛି ତେବେ ଏହି ଘଟଣା ରାଜ୍ୟ ପୋଲିସ ବିଭାଗ କୁ ସାଇବର ଠକଙ୍କର ଖୋଲା ମେଲା ଚ୍ୟାଲେଞ୍ଜ ବୋଲି କୁହାଯାଉଛି ।