Pratidin TV

Odisha's Digital News Platform

ତହସିଲବାବୁ ଭାଙ୍ଗିଦେଲେ ଘର : ୨ ବର୍ଷ ହେବ ପଲାରେ ବିତୁଛି ୫ ପ୍ରାଣୀଙ୍କ ଜୀବନ , କେବେ ମିଳିବ ନ୍ୟାୟ ?

1 min read

ଆଳି : ‘ତହସିଲ ବାବୁ ଆସିଲେ ମୋ ଘର ଭାଙ୍ଗିଦେଲେ ! ମୂଁ କଣ ତାଙ୍କ ଜାଗାରେ ରହିଥିଲି ମୁଁ ତ ନବୀନ ସାରଙ୍କ ଜାଗାରେ ଥିଲି ! ଏପରି ଅନେକ କଥା କାନ୍ଦି କାନ୍ଦି କହିଛନ୍ତି ଆଳି ବ୍ଲକ ଅନ୍ତର୍ଗତ ପତ୍ରପୁର ପଞ୍ଚାୟତ ର ରାଏସରପୁର ଗାଁର ରିତା ମଲ୍ଲିକ ‘! ସ୍ୱାମୀ ଭରତ ‘ଶାଶୁ ଓ ଦୁଇ ବଢିଲା ପୁଅକୁ ନେଇ ଏକ ଅନାବାଦୀ ଜାଗାରେ ଘରକରି ଦୀର୍ଘଦିନ ହେଲା ରହିଆସୁଥିଲେ ! ଭରତଙ୍କର ଜମି ବୋଲି ଗୁଣ୍ଠେ ନାହିଁ ! ଭୂମିହୀନ ରିତାଙ୍କ କହିବାନୁଯାଇ ହଠାତ ଦିନେ ତହସିଲ ବାବୁ ଆସିଲେ କିଛି ନଜଣାଇ ତାଙ୍କ ଘର ଭାଙ୍ଗିଦେଲେ । ଥଣ୍ଡା କାକରରେ ପଲାଟିଏ ମାରି ମୁଣ୍ଡଗୁଞ୍ଜିଛନ୍ତି ୫ ପ୍ରାଣୀ ।

Advertisement

୨ ବର୍ଷ ଏ ଅଫିସ ରୁ ସେ ଅଫିସ ଦୌଡ଼ି ଅଣନିଶ୍ୱାସ ହୋଇପଡ଼ିଲେନି ଜାଗାଖଣ୍ଡେ ଦେବେ ଦେବେ କହି ସମୟ ଗଡେଇ ଚାଲିଛନ୍ତି ବାବୁମାନେ । ଆଳିର ବିଧାୟକ ତଥା ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଙ୍କ ପାଖକୁ ମଧ୍ୟ ସାହାର୍ଯ୍ୟ ଆଶାରେ ତିନି ତିନି ଥର ଦୌଡିଲେଣୀ ରିତା କିନ୍ତୁ ସେଠୁବି ଶେଷରେ ନିରାଶ ହୋଇ ଫେରିଛନ୍ତି । ତହସିଲଦାରଙ୍କ ପାଖକୁ ୨ ବର୍ଷ ଭିତରେ ଅନେକଥର ଦୈଡିଥିଲେ ମଧ୍ୟ ସମସ୍ତେ ଥଇତାନ କରେଇଦେବା ପ୍ରତିଶୃତି ଦେଇ ହାତଜାକି ବସିଯାଇଛନ୍ତି । ରିତାଙ୍କ ସ୍ୱାମୀ ନିଜ ଘରକୁ ଆଖିଆଗରେ ଭାଙ୍ଗୁଥିବାର ଦେଖି ବର୍ତ୍ତମାନ ସୁଦ୍ଧା ମଧ୍ୟ ସେ ଆଘାତରୁ ବାହାରିପାରୁନାହନ୍ତି । ଯାହାଫଳରେ ବର୍ତ୍ତମାନ ୫ ପ୍ରାଣୀଙ୍କ ପେଟକୁ ଦିନରେ ଦିମୁଠା ଦାନା ଯିବା କଷ୍ଟକର ହୋଇପଡିଲାଣି ।

ଅନ୍ୟ ପକ୍ଷରେ ସରପଞ୍ଚ ଙ୍କୁ ଆମ ପ୍ରତିନିଧି ଭେଟିବାରୁ ବହୁତ ଶୀଘ୍ର ରିତା କୁ ଜାଗା ପଞ୍ଚାୟତ ତରଫରୁ ଯୋଗାଇଦିଆଯିବ ! ତେବେ ଦେଖିବାକୁ ବାକିରହିଲା କେବେ ରିତାଙ୍କୁ ମିଳୁଛି ମୁଣ୍ଡ ଗୁଞ୍ଜିବାପାଇଁ ଖଣ୍ଡିଏ ଘର !

ତେବେ କେନ୍ଦ୍ରାପଡା ଆଡଭୋକେଟ୍ ବିଦୁଭୂଷଣ ମହାପାତ୍ରଙ୍କ କହିବା ଅନୁଯାୟୀ ଆଇନ ତିଆରି ହୋଇଛି ଯେ ହରିଜନ ମାନଙ୍କ ପାଇଁ ଆଗ ବିସ୍ଥାପନ ହେବ ପୂର୍ବରୁ ଥଇଥାନ ହେବ, ତାପରେ ବିସ୍ଥାପନ । ତେବେ ଏହି ଦଳିତ ଭୂମିହୀନ ପରିବାରଙ୍କ ପାଇଁ ନ୍ୟାୟ କୁଆଡେ ଗଲା । କିଛି ମନ୍ତ୍ରୀଙ୍କ ପାଖ ଲୋକଙ୍କ ସଲାସୁତରା ଦ୍ୱାରା ତହସିଲଦାର ଏଭଳି ପଦକ୍ଷେପ ନେଇଛନ୍ତି । ଜାଗା ମିଶନ କାହା ପାଇଁ ? ସରକାରଙ୍କ ଯୋଜନା କାହା ପାଇଁ ? ବିଜୁ ପକ୍କାଘର ପାଇଁ ପ୍ରକୃତ ଅଧିକାରୀ କାହିଁକି ପାଉନି ଘର ? ଜଣେ ଭୂମିହୀନକୁ ଥଇତାନ କରିବା ପୂର୍ବରୁ ତାର ଘରକୁ ଏପରି ଭାଙ୍ଗିବା ଦୀର୍ଘ ୨ ବର୍ଷ ହେବା ତାକୁ ମିଛରେ ଜାଗା ଦେବା ବାହନାରେ ହଳାଇବା କେତେଦୂର ଠିକ୍ ବୋଲି ଗଣମାଧ୍ୟମ ଆଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଦୁଭୂଷଣା ।

Leave a Reply

Your email address will not be published. Required fields are marked *