Pratidin TV

Odisha's Digital News Platform

ବ୍ୟାଙ୍କ ଲୁଟ୍ ନା ସାଇବର ଲୁଟ୍ : ଝିଅ ବିବାହ ପାଇଁ ବ୍ୟାଙ୍କରେ ରଖିଥିଲେ ୧୦ ଲକ୍ଷ , ହଠାତ୍ ହୋଇଗଲା ଶୂନ୍ୟ

କେନ୍ଦ୍ରାପଡା : ଝିଅ ବିବାହ ପାଇଁ ବର୍ଷ ବର୍ଷକର ପୁଞ୍ଜିକୁ ବ୍ୟାଙ୍କରେ ସଞ୍ଚୟ କରି ରଖିଥିଲେ ବାପା । କିନ୍ତୁ ସବୁ ପରିଶ୍ରମର ଟଙ୍କାଙ୍କୁ ଚର୍ମ୍ପଟ ମାରିନେଲେ ସାଇବର ଠକ । ସନ୍ଦେହ ଘେରରେ ବ୍ୟାଙ୍କ ମ୍ୟାନେଜର । ତେବେ ଚାଲୁନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି ..

ଘଟଣାଟି ଏହିଭଳି କି ପାଟକୁରା ଥାନା ଅନ୍ତର୍ଗତ ବଙ୍ଗାଳପୁର ପଞ୍ଚାୟତ ନୂଆ ଶାସନ ଗ୍ରାମ ର ଅବସର ପ୍ରାପ୍ତ ସେଣ୍ଟ୍ରାଲ ଗମେଣ୍ଟ କର୍ମଚାରୀ ପ୍ରହଲ୍ଲାଦ ଦାସ ଘର ନିକଟ ରେ ଥିବା ମାହାଳ ଷ୍ଟେଟ ବ୍ୟାଙ୍କ ଶାଖାରେ ୨୦୧୮ ମସିହା ରେ ଜାନୁୟାରୀ ମାସ ଓ ମେ’ ମାସ ରେ କ୍ରମାଗତ ଭାବେ ପାଞ୍ଚ, ପାଞ୍ଚ ଲକ୍ଷ୍ୟ ଟଙ୍କା ର ଦୁଇଟି ଫିକ୍ସ ଡିପୋଜିଟ କରିଥିଲେ । ପ୍ରହଲ୍ଲାଦ ଙ୍କ ର ମୋଟ ଦଶ ଲକ୍ଷ୍ୟ ଟଙ୍କା ଫିକ୍ସ ଡିପୋଜିଟ ରେ ଥିଲା । ଏହି ବର୍ଷ ଜୁଲାଇ ମାସ ରେ କିଛି ସାଇବର ଠକ ପ୍ରହଲ୍ଲାଦ ଙ୍କୁ ଫୋନ କରି ଏକ ଓଟିପି କୋର୍ଡ ମାଗିଥିଲେ । କୋର୍ଡ ନଦେଲେ ପିକ୍ସ ଡିପୋଜିଟ ଆକାଉଣ୍ଟ ହୋଲଡ କରିଦେବେ ବୋଲି ଧମକ ଦେଇଥିଲେ । ସେ କୋର୍ଡ ଦେଇନଥିଲେ..ଘଟଣା ସମ୍ପର୍କ ରେ ବ୍ୟାଙ୍କ ମ୍ୟାନେଜର ଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ମ୍ୟାନେଜର କୌଣସି ପଦକ୍ଷପ ନେଇନଥିଲେ । ପ୍ରହଲ୍ଲାଦ ଙ୍କ ଅଭିଯୋଗ କୁ ସେ ସମୟରେ ବ୍ୟାଙ୍କ ମ୍ୟାନେଜର ଆଶିଷ କୁମାର ସାହୁ ଖାମ ଖିଆଲି ଭବେ ନେଲେ ।

କିନ୍ତୁ ଚାରିଦିନ ତଳେ ପ୍ରହଲ୍ଲାଦ ଙ୍କୁ ଏକ ମେସେଜ ଆସିଥିଲା ତାଙ୍କ ଫିକ୍ସ ଡିପୋଜିଟ ଦଶ ଲକ୍ଷ୍ୟ ଟଙ୍କା ରୁ ୮ ଲକ୍ଷ୍ୟ ଟଙ୍କା ଉଭେଇ ଯାଇଛି । ପ୍ରତିଟି ପାଞ୍ଚ ଲକ୍ଷ୍ୟ ଟଙ୍କା ଫିକ୍ସ ଡିପୋଜିଟ ରୁ ଚାରି ଲକ୍ଷ୍ୟ ଲେଖାଏଁ ଉଭେଇ ଯାଇଛି । ପ୍ରହଲ୍ଲାଦ ଚିନ୍ତିତ ହୋଇ ମାହାଳ ଷ୍ଟେଟ ବ୍ୟାଙ୍କ ଶାଖା ମ୍ୟାନେଜର ଙ୍କୁ ପଚାରିବାରୁ , ଫିକ୍ସ ଡିପୋଜିଟ ରୁ ଲୋନ ନେବାରୁ ଟଙ୍କା କଟିଛି ବୋଲି ବ୍ୟାଙ୍କ ମ୍ୟାନେଜର କହିଥିଲେ । ଫିକ୍ସ ଡିପୋଜିଟ ରୁ ଲୋନ ନେବା ଅସମ୍ଭବ, ଟଙ୍କା କଟିବା ମଧ୍ୟ ଅସମ୍ଭବ । କିନ୍ତୁ ବ୍ୟାଙ୍କ ମ୍ୟାନେଜର କୌଣସି ସଠିକ ତଥ୍ୟ ଦେଉନଥିବାରୁ ପ୍ରହଲ୍ଲାଦ ଙ୍କ ର ସାଇବର ଠକ ଙ୍କ ସମେତ ବ୍ୟାଙ୍କ ମ୍ୟାନେଜର ଆଶିଷ କୁମାର ସାହୁ ଙ୍କ ଉପରେ ସନ୍ଧେହ ଘନୀଭୂତ ହୋଇଛି । ଘଟଣା ସମ୍ପର୍କିତ ପ୍ରହଲ୍ଲାଦ ପାଟକୁରା ଥାନା ରେ ଅଭିଯୋଗ କରିଛନ୍ତି । ଏପର‌୍ୟ୍ୟନ୍ତ ବ୍ୟାଙ୍କ ମ୍ୟାନେଜର ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରିଥିବା ବେଳେ ପୋଲିସ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ନିଜ ଟଙ୍କା ଫେରସ୍ତ ପାଇବା ପାଇଂ ଦାବିକରିବା ସହିତ ବ୍ୟାଙ୍କ ମ୍ୟାନେଜର ଙ୍କ ନା ରେ ଅଭିଯୋଗ କରି ପ୍ରହଲ୍ଲାଦ ଓ ତାଙ୍କ ପୁଅ ମାହାଳ ଷ୍ଟେଟ ବ୍ୟାଙ୍କ ଶାଖା ସାମ୍ନାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ବ୍ୟାଙ୍କ ମ୍ୟକ୍ଷନେଜର ଆଶିଷ କୁମାର ସାହୁ ଙ୍କ ନା ରେ ନାରା ଦେଇ ପ୍ରହଲ୍ଲାଦ ଙ୍କ ପୁଅ ମାନସ ଭାବ ବିହ୍ଵଳ ହୋଇ ଧାରଣା ଦେଇଛନ୍ତି । ସାଇବର ଠକେଇ ନା ବ୍ୟାଙ୍କ ମ୍ୟାନେଜର ଙ୍କ ଦ୍ୱାରା ଠକେଇ ହୋଇଛି । ଏହା ପ୍ରଶ୍ନବାଚୀ ର ଚି଼ହ୍ନ ସୃଷ୍ଟି କରିଛି?ଟଙ୍କା ନ ମିଳିଲେ ବ୍ୟାଙ୍କ ସାମ୍ନା ରେ ହିଁ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଅଭିଯୋଗକାରି ପ୍ରହଲ୍ଲାଦ ।

Leave a Reply

Your email address will not be published. Required fields are marked *