Pratidin TV

Odisha's Digital News Platform

ବୃଦ୍ଧା ବୟସରେ ଅସହ୍ୟ ନିର୍ଯାତନା ଦେଲେ ପୁଅ ବୋହୂ , ଶେଷରେ ଭଙ୍ଗା ଗୋଡରେ ଘୁଷୁଡି ଘୁଷୁଡି ଛାଡିଲେ ଘର ….

କେନ୍ଦ୍ରାପଡା : ଆଧୁନିକ ଯୁଗରେ ପାଶ୍ଚାତ୍ୟ ସଭ୍ୟତାର ବଶବର୍ତ୍ତୀ ହୋଇ ଶାଶୁ ବୋହୁର ସମ୍ପର୍କ ବଦଳିଗଲାଣି । ବୋହୁ ଶାସନ ରେ ଅଦରକାରୀ ଶାଶୁ, ପୁଅ ବୋହୁ ନିଜ ପିଲା ଛୁଆ ସହିତ ସୁଖରେ ଦିନ ବିତାଉଥିବା ବେଳେ ବୃଦ୍ଧ, ମାତା ଓ ପିତାଙ୍କୁ ଅଣଦେଖା କରୁଛନ୍ତି । ଧିକ୍ ସେହି ପୁଅ ଧିକ ସେହି ବୋହୂ ଯିଏ ନିଜର ସ୍ୱାର୍ଥ ସରିଗଲା ପରେ ବାପା ମାଁ ଶାଶୁ ଶଶୂରଙ୍କୁ ଗୋଡରେ ଆଡେଇ ଦିଅନ୍ତି । ସ୍ୱାର୍ଥପର ମଣିଷ ଦୁନିଆକୁ ବୁଝିବାକୁ ହେବ ନିଜେ ଆଜି ଯେଉଁ ବାପା ମାଁ ବୃଦ୍ଧା ହୋଇଯିବାରୁ ତାଙ୍କୁ ଘରୁ ବାହାର କରିଦେଉଛନ୍ତି । ଦିନେ ନିଜେ ବି ଏମିତି ଅବସ୍ଥାରେ ସମ୍ମୁଖୀନ ହେବାକୁ ପଡିବ ତାଙ୍କୁ । ପିଲାଟି ଦିନ ଅଳି ଅର୍ଦଳି ସହି ସବୁ ଇଛା ଆଶାକୁ ମାରି ବାପା ମାଁ ପୁଅ ପାଇଁ ବଡ ବଡ ସ୍ୱପ୍ନ ଦେଖନ୍ତି । ବଡ ହେଲେ ପୁଅ ଏମିତି କରିବ ଆମ ପାଇଁ କିନ୍ତୁ ସେସବୁ ଆଶା ଭରସାର ବାସ୍ତବ ରୂପ କଣ ଏତେ ଭୟଙ୍କର ?

ଯେପରି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନାଞ୍ଚଳ ମଙ୍ଗଳପୁର ପଂଚାୟତ ବଉଳପଡା ଗାଁ ର ସୂରିଆ ପାତ୍ର ଅନୁସୂଚିତ ବର୍ଗର ବୃଦ୍ଧା ମହିଳା ସ୍ୱାମୀ ସୁନିଆ ଙ୍କ ମୃତ୍ୟୁ ର ୧୦ବର୍ଷ ପରେବି ଦୁଃଖ କଷ୍ଟରେ ଦିନ କାଟୁଥିଲେ । ମାତ୍ର ଏକମାତ୍ର ପୁତ୍ର ବିମ୍ବାଧର ର ପ୍ରଥମ ପତ୍ନୀର ବିୟୋଗ ପରେ ଦ୍ୱିତୀୟ ପତ୍ନୀର ତାଡନା ବିଧବା ମା ପାଇଁ ଅସହ୍ୟ ହେଉଛି । ଏପରିକି ମୃତ ପିତାଙ୍କ ଅର୍ଜିତ ସମ୍ପତି ବିକ୍ରୟ କରି ମୃତ ସଉତୁଣୀ ଝିଅର ବିବାହ ଦେବାପରେ ବୋହୁର ନିର୍ଯାତନାବୃଦ୍ଧି ପାଇଛି । ଏପରିକି ପୁଅ ନଥିବା ବେଳେ ବୋହୁ ଶାଶୁ କୁ ଟେକି ଫୋପାଡ଼ି, ଦେବା ଓ ବାଡ଼ିରେ ବାଡ଼େଇବାକୁ ପଛାଉନଥିବାର ବୃଦ୍ଧା ଗଣମାଧ୍ୟମ ଆଗରେ କହିଛନ୍ତି । ତିନିଦିନ ତଳେ ବୋହୁ ମାଡ଼ରେ ଘର ଛାଡି ଅଣ୍ଟା ସଳଖି ଚାଲିବାକୁ ଅସମର୍ଥ ବୃଦ୍ଧା ମଧ୍ୟାହ୍ନ ଖରାରେ ମୁଗ ବିଲ ର ଟେକା ମାଟିରେ ଘୁଷୁଡି ଘୁଷୁଡି ବାପଘର ଯାଇଛନ୍ତି । ନିଜ ଜନ୍ମ କଲା ପୁଅ ବି କିଛି କମ୍ ନୁହଁ ୨ୟ ସ୍ତ୍ରୀର କଥାରେ ପଡି ମାଁ କୁ ଘରୁ ବାହର କରିବାକୁ ମଜବୁର କରିଦେଲା ।

ପୁତୁରା ସୁଶାନ୍ତ ପାତ୍ର

ପରିଣତ ବୟସରେ ଟାଣ ଖରାରେ ଘୁଷୁଡି ଘୁଷୁଡି ୩ କିଲୋମିଟର ଦୂରରେ ଥିବା ବାପ ଘରକୁ ଶେଷ ଆଶ୍ରୟ ଭାବି ଚାଲିଆସିଲେ ବୃଦ୍ଧା । ସେଠାରେ ଭାଇ ପୁଅ (ସୁଶାନ୍ତ ପାତ୍ର), ପିଉସୀର ଏଭଳି ଦୁଃଖ ଦୁର୍ଦ୍ଦଶା ସହିନପାରି ପିଇସୀଙ୍କ ପୁଅ ବିମ୍ବାଧରକୁ ଫୋନ କରି ସବୁ କଥା ପଚାରିଥିଲେ । କିନ୍ତୁ ଉତ୍ତରେ ବିମ୍ବାଧର କହିଥିଲା ଯେ ଯଦି ମା ଘରକୁ ପୁଣି ଥରେ ଆସେ ତେବେ ସେ ବିଷ ପିଇଦେବ ।

ଏଭଳି ଅନ୍ୟାୟର ପ୍ରତିବାଦ ସ୍ୱରୂପ ପିଉସୀ ପାଇଁ ପ୍ରଶାସନ କୁ ଉଚିତ ନ୍ୟାୟ ପାଇଁ ଗୁହାରି କରିବେ ବୋଲି ଗଣମାଧ୍ୟମ କୁ କହିଛନ୍ତି ସୁଶାନ୍ତ । ଏବିଷୟରେ ବୋହୁ ରୀନାପାତ୍ର କୁହନ୍ତି,କି ଶାଶୁ ଙ୍କ ଅଭିଯୋଗ କପୋଳକଳ୍ପିତ ବୁଢୀ ତାଙ୍କ ସହିତ କଳିକରୁଛନ୍ତି । ଆଉ ସେପଟେ ପିଉସୀ ଲାଗି ଆପତ୍ତି କରୁଥିବା ମାମୁ ପୁଅ ସୁଶାନ୍ତ ର ଗୋଡ଼ ବାଡେଇ ଭାଙ୍ଗି ଦେବାକୁପିଉସୀ ପୁଅ ବିମ୍ବାଧର ପାତ୍ର ଧମକ ଦେଇଛନ୍ତି । ତେବେ ଦ୍ୱିତୀୟ ପତ୍ନୀର ସୁଖ ପାଇଁ ମା’କୁ ଘରୁ ତଡିଦେଇ ନଜାଣିଲା ପରି ନିରବ ରହିଥିବା ବିମ୍ବାଧର ଙ୍କୁ ଈଶ୍ୱର ସତବୁଦ୍ଧି ଦିଅନ୍ତୁ ଜନ୍ମିତ ମାକୁ ଆଦରି ନେଉ ଏକମାତ୍ର ପୁତ୍ର । ନଚେତ୍ ଏଠି କଲା କର୍ମର ଫଳ ସମସ୍ତଙ୍କୁ ଦିନେ ଭୋଗିବାକୁ ପଡେ ।

Leave a Reply

Your email address will not be published. Required fields are marked *