ଭକ୍ତକୁ ସ୍ୱପ୍ନାଦେଶ ଦେଲେ ଭଗବାନ ; ଭକ୍ତିରେ ୨୦ କିଲୋମିଟର ଆଣ୍ଠେଇ ଆଣ୍ଠେଇ ଗଡିଲେ ଗଙ୍ଗାଧର ..
1 min readକେନ୍ଦ୍ରାପଡା : ଭକ୍ତି ର ଶକ୍ତି,ଅଘକ୍ଷଡ଼ ବିଶ୍ୱାସ ଦ୍ୱାରା ସବୁ ସମ୍ଭବ ହୋଇପାରେ । ପ୍ରଭୁ ଙ୍କ ଇଚ୍ଛା ଆଗରେ ସବୁ ତୁଛ. ଭଗବାନ ସ୍ୱପ୍ନାଦେଶ ଦେଲେ ଭକ୍ତ ବାହାରି ପଡିଲେ ଦଣ୍ଡ ଯାତ୍ରା ରେ । ଏଭଳି ଏକ ଭକ୍ତି ଭାବ ପୁର୍ଣ ଦୃଶ୍ୟ ଦେଖିବାକୁ ମିଳିଛି ପାଟକୁରା ର ହରିହର କ୍ଷେତ୍ର ମାହାଳରେ । ମାହାଳ ସ୍ଥିତ ଜଗନ୍ନାଥ ମନ୍ଦିର ର ଜଣେ ଦଇତାପତି ଗଙ୍ଗାଧର ସାମଲ ଙ୍କୁ ଠାକୁର ଙ୍କ ସ୍ୱପ୍ନା ଦେଶ ହେବାରୁ ସେ ଦଣ୍ଡ ପ୍ରଣାମ କରି ହରିହର କ୍ଷେତ୍ର ମାହାଳ ଜଗନ୍ନାଥ ମନ୍ଦିର ଠାରୁ କୋଡିଏ କିଲୋ ମିଟର ଦୁର ତୁଳସୀ କ୍ଷେତ୍ର ବଳଦେବଜୀଉ ଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବାପାଇଁ ନିଷ୍ପତି ନେଇ ଆଜି ସକାଳୁ ବାହାରି ଯାଇଛନ୍ତି ।
ଆଜି ହରିହର କ୍ଷେତ୍ରର ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରି ସେହିଠାରୁ ଦଣ୍ଡ ପ୍ରଣାମ କରି ତୁଳସୀ କ୍ଷେତ୍ର ବଳଦେବଜୀଉ ଙ୍କ ଅଭିମୁଖେ ଦଣ୍ଡ ପ୍ରଣାମ କରି କରି ଯାଉଛନ୍ତି ଗଙ୍ଗାଧର । ଖାଲି ଦେହରେ , ଗୋଟିଏ ପାଟ ମୁକୁଟା ଯୋଡ଼ ପିନ୍ଧିଛନ୍ତି, ପାଦ ରେ ଚପଲ ନାହିଁ, ମୁଣ୍ଡ ଉପରେ ଛତା ନାହିଁ, ହାତରେ ଅଛି ଖଣ୍ଡିଏ ଦଣ୍ଡ ବାଡ଼ି,ଉଦୁଉଦିଆ ଖରାରେ ରାସ୍ତା ରେ ଲମ୍ଭ ହୋଇ ପଡି ବଳଦେବଜୀଉ ମନ୍ଦିର ଅଭିମୁଖେ ଯାଉଛନ୍ତି ଗଙ୍ଗାଧର । ଦେହ ହାତ ଧୂଳି ଧୂସର ହୋଇଯାଇଛି,ଅତି କଷ୍ଟସାଧ୍ୟ ଯାତ୍ରା । କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସାଇ ଭାଇଙ୍କ ମନ୍ଦିରରୁ ବଡ଼ ଭାଇ ବଳଦେବଜୀଉଙ୍କ କ୍ଷେତ୍ର ଅଭିମୁଖେ ଆଣ୍ଠେଇ ଆଣ୍ଠେଇ ଲମ୍ବ ହୋଇ ରାସ୍ତା ରେ ଗଡି ଦଣ୍ଡ ପ୍ରଣାମ କରି ଆଗେଇ ଚାଲିଛନ୍ତି ଦଇତାପତି ଗଙ୍ଗାଧର ସାମଲ ।
ଠାକୁର ଙ୍କ ସେବକ ହୋଇ ସେବା କରିବାର ସୁଯଗ ପାଉଥିଲେ କିନ୍ତୁ ପ୍ରଭୁ ଙ୍କ ସ୍ୱପ୍ନାଦେଶ ପରେ ଦଣ୍ଡ ପ୍ରଣାମ କରି ହରିହର କ୍ଷେତ୍ର ଠାରୁ ସୁଦୂର ତୁଳସୀ କ୍ଷେତ୍ର ଅଭିମୁଖେ ଯାତ୍ରା କରିବାର ସଂକଳ୍ପ ତାଙ୍କ ବିଶ୍ୱାସ, ଭକ୍ତି ଭାବ ର ନିଦର୍ଶନ ଦେଇଛି । ତେବେ ଏଭଳି ଘଟଣାକୁ କିଛି ଲୋକ ଭଗବାନଙ୍କ ଆସ୍ଥା ମନେକରୁଥିବା ବେଳେ ସମାଜର କିଛି ବ୍ୟକ୍ତି ଏସବୁର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ।