Pratidin TV

Odisha's Digital News Platform

କେନ୍ଦ୍ରାପଡାରେ ନିଆରା ବିବାହ : ନାଥିଲା ବାଣରୋଷଣୀ , ନାଥିଲା ଆମିଷଭୋଜ, ସାମିଲ ହେଲେ ସାଧୂ ଦେଲେ ଆର୍ଶୀବାଦ ..

1 min read

କେନ୍ଦ୍ରାପଡା : ନାଥିଲାବାଣ, ରୋଷଣୀ ନା ଆମିଷ ଭୋଜନ ; ବିବାହଉତ୍ସବରେସମସ୍ତେଖୁସି, ଏମିତି ନିଆରା ବାହାଘର ପୂର୍ବରୁ କେବେ ଦେଖିନ ଥିବେ ନିଆରା ଢଙ୍ଗରେବାହା ହୋଇ ସମାଜକୁ ନୁତନ ବାର୍ତ୍ତା ଦେଲେ ପ୍ରଶନ୍ନ କେନ୍ଦ୍ରାପଡା ବାରୁଅ ଅଞ୍ଚଳର ଯୁବକ ପ୍ରସନ୍ନ ପରିଡା ଏକ ନିଆରା ବିବାହ କରି ସମାଜ ପାଇଁ ଆଦର୍ଶ ସ୍ରୁଷ୍ଟି କରିଛନ୍ତି ।  ବିବାହ ସମୟରେ ଗୋପୂଜନ ଓ ସାଧୁସନ୍ଥଙ୍କୁ ବନ୍ଦନା କରି ବାହା ବେଦୀରେ ତାଙ୍କର ହସ୍ତ ଗଣ୍ଠି ପଡିଛି । 

Advertisement

ବିନା ବାଜାବାଣ ବିନା ରୋଶଣୀ ସେ ବିବାହ କରିବା ସହିତ ବରଯାତ୍ରୀ ଓ ଅତିଥିଙ୍କୁ ପ୍ରସାଦ ସେବନ କରାଇଛନ୍ତି । ସମ୍ପ୍ରତି ଭାରତୀୟ ସମାଜରେ ଉଗ୍ର ଆଧୁନିକତାର ପ୍ରଭାବରେ ସନାତନ ସଂସ୍କୃତି ଅବକ୍ଷୟ ମୁଖୀ ହୋଇପଡିଛି ।  ବିବାହ ପରି ଏକ ପବିତ୍ର ପରମ୍ପରାକୁ ଲୋକେ ନାନା ଆଡମ୍ବରରେ ପାଳନ କରିବା ସହିତ ପରିବେଶର ଅଶେଷ କ୍ଷତି ସାଧନ କରୁଛନ୍ତି । ଉଚ୍ଚ ସ୍ଵରରେ ଡିଜେ ବଜାଇ ଧ୍ବନିପ୍ରଦୂଷଣ କରିବା ଏବଂ ନିଶାସେବନ ଏବେ ବିବାହର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି ।  କେବଳ ସେତିକି ନୁହେଁ ବିବାହ ଭୋଜିରେ ପଶୁହତ୍ୟା ପରି ପାପ ମଧ୍ୟ ଆମେ କରିବାକୁ ପଛାଉ ନାହୁଁ । 

ଏଭଳି ପରିସ୍ଥିତିରେ ସମାଜକୁ ଏକ ବାର୍ତ୍ତାଦେବା ପାଇଁ ବର ପ୍ରସନ୍ନ ଓ କନ୍ୟା ମୀତି ଗୋମାତାଙ୍କୁ ପୂଜା କରିବା ସହ ଆଶୀର୍ବାଦ ଲାଭ କରିଥିଲେ କ୍ଷ ପରେ ପରେ ଆରମ୍ଭ ହୋଇଥିଲା ସାଧୁ ବନ୍ଦନା ଓ ସମ୍ବର୍ଦ୍ଧନା । ରାଜ୍ୟର ବିଭିନ୍ନ ମଠ ଓ ଧର୍ମାନୁଷ୍ଠାନରୁ ଆସିଥିବା ପ୍ରାୟ ୨୦ଜଣ ସାଧୁଙ୍କୁ ବରକନ୍ୟାଙ୍କ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ।  ଶେଷରେ ବୈଦିକ ରୀତିନୀତିରେ ବେଦୀ ଉପରେ ହସ୍ତଗଣ୍ଠି ପଡିଥିଲା ।  ଉପସ୍ଥିତ ବରଯାତ୍ରୀ ଓ ବନ୍ଧୁମାନଙ୍କୁ ପ୍ରସାଦ ଖୁଆଇଥିଲେ ବର ପରିବାର।  ଏହି ନିଆରା ବିବାହ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ ।  ଏହି ବିବାହକୁ ନେଇ କେନ୍ଦ୍ରାପଡାରେ ଚର୍ଚା ଜୋର ର୍ଧରିଛି । 

Leave a Reply

Your email address will not be published. Required fields are marked *