Pratidin TV

Odisha's Digital News Platform

(ଭିଡିଓ) ୮୨ ବର୍ଷ ବୟସରେ ବି ସୁନ୍ଦରୀ ମାଉସୀ ଅଛନ୍ତି ଫିଟ୍ , କହିଲେ ଆଜିଯାଏ ବଜାରର ଔଷଧ ଖାଇନାହିଁ କି ଆମିଷ …..

1 min read

କେନ୍ଦ୍ରାପଡା : ୮୨ବର୍ଷ ପରେ ବି ସକ୍ଷମ ସୁନ୍ଦରୀ ପରିଡା। ବୋହୂ କରି ଯାହାକୁ ଆଣିଥିଲା ସେ ଘରର କିଛି କାମ ସମ୍ଭାଳୁନି । ବାଧ୍ୟ ହୋଇ ଶେଷରେ ଘରର ମସସ୍ତ ଭାର ସମ୍ଭାଳିଛି ସୁନ୍ଦରୀ ମାଉସୀ । ବୟସର ଅପରାହ୍ନ ରେ ହାରିଯାଇନାହାଁନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ କୁହୁଡି ପଂଚାୟତ ପସ୍ତା ଗାଁ ର ସୁନ୍ଦରୀ ପରିଡା ।

ସ୍ୱାମୀ ଧ୍ରୁବ ମୃତ୍ୟୁବରଣ କରିବାର ଦୀର୍ଘ 20ବର୍ଷ  ପରେବି ଭାଙ୍ଗି ପଡ଼ିନାହାନ୍ତି ବୃଦ୍ଧା l ବିନାସହାୟତାରେ ସିଧା ଅଣ୍ଟା ସଳଖି ଚାଲିବା ସହିତ ଗୃହର ଯାବତୀୟ କାର୍ଯ୍ୟ କରୁଛନ୍ତି l  ସ୍ୱଳ୍ପ ଆହାରି ବୃଦ୍ଧା ଆମିଷ ପ୍ରିୟ ହୋଇବି  କେବଳ ମାଛ ବ୍ୟତୀତ  ଆଜି ପର୍ଯ୍ୟନ୍ତ କେବେ ମାଂସ, ଅଣ୍ଡା, ଫାଷ୍ଟ ଫୂଡ଼ କିମ୍ବା ହୋଟେଲ ଖାଦ୍ୟ ଖାଇନାହାନ୍ତି l ଆଉ ହେତୁ ପାଇଲା ଦିନରୁ  ଏଯାବତ କେବେବି ସାବୁନ,  ସାମ୍ପୋ ଆଦି କସମେଟିକ  ଅନ୍ୟାନ୍ୟ କିଛି ତେଲ ବ୍ୟବହାର କରନ୍ତି ନାହିଁ l ଘରେ ପ୍ରସ୍ତୁତ   ନଡ଼ିଆ ତେଲ   ମୁଣ୍ଡରେ ଲଗାଉ ଥିବା ବେଳେ ସାଧାରଣରେ ଔଷଧ ସେବନ ଠାରୁ ଆଜିବି ଦୂରରେ  l

Advertisement

କୁହନ୍ତିକି  ସେ ସମୟରେ ବିବାହ ପରେ  ଶାଶୁ ଘରକୁ ଆଣି ଥିବା   କସମେଟିକ ଗୁଡିକୁ କିଛି ଦିନ ପରେ ପଡୋଶୀ ଙ୍କୁ ବାଣ୍ଟି ଦେଇଥିଲେ l ନିଜର ଖାଦ୍ୟପେୟ,ଆଚାର ବ୍ୟବହାର  ପ୍ରସ୍ତୁତ ତୈଳ ସେବନ  ଦ୍ୱାରା ଆଜିବି ସକ୍ଷମ ଓ କଳା କେଶ ର ଅଧିକାରିଣୀ l ଚମ ସିନା ଧୁଡୁ ଧୁଡୁ ହେଲାଣି ମୁଣ୍ଡ  ର ଘଞ୍ଚ କେଶ  ଆଜିବି କଳା ମୁଚୁ ମୁଚୁ ହୋଇ ରହିଛି l  ଆହୁରି ମଧ୍ୟ ବଡ଼ ଭଉଣୀ 85 ବର୍ଷ ବୟସରେ ମୃତ୍ୟୁ ହେଲା ବେଳକୁ ମୁଣ୍ଡ କେଶ ସମ୍ପୂର୍ଣ୍ଣ କଳା ଥିବାର  ବୃଦ୍ଧା କହନ୍ତି  l ସେହିଭଳି  82 ବର୍ଷ ପରେ ବି ବୃଦ୍ଧା ଙ୍କ ସୁସ୍ଥତା, କାର୍ଯ୍ୟକ୍ଷମତା ,ମୁଣ୍ଡ  କେଶର  ରଙ୍ଗ କୈଶୋର   ବୟସ ର ରଙ୍ଗ  ଭଳି  ରହିଛି l  ଯାହାକି  ଆଜିର ଯୁବ ପିଢ଼ି ଙ୍କ ପାଇଁ  ବେଶ ଉଦାହରଣ ପାଲଟିଛି l 

Leave a Reply

Your email address will not be published. Required fields are marked *