Pratidin TV

Odisha's Digital News Platform

କେନ୍ଦ୍ରାପଡାରେ ୨୪ ଘଣ୍ଟିଆ ବନ୍ଦ ପାଳନ : ମେଡିକାଲ ବଞ୍ଚାଓ କ୍ରିୟାନୁଷ୍ଠାନ କମିଟି କହିଲା ଆମକୁ ଚିକିତ୍ସାଳୟ ଫେରାଓ ..

1 min read

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଖଡ଼ିଅଙ୍କ ଠାରେ ଥିବା ମୁଖ୍ୟ ଚିକିତ୍ସାଳୟ କୁ ଶ୍ୟାମାଗୁଡ଼ିଆ କୁ ସ୍ଥାନାନ୍ତରିତ କରାଯାଇଛି,ଯାହାକି କେନ୍ଦ୍ରାପଡ଼ା ସହର ଉପକଣ୍ଠ ଠାରୁ ବହୁତ ଦୂରରେ,ସାଧାରଣ ଲୋକଟିଏ ସ୍ୱାସ୍ଥ୍ୟଗତ କୌଣସି ସମସ୍ୟା ହେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି,ସେଥିପାଇଁ ଆଜି ସକାଳ ଛଅ ଟାରୁ ଆସନ୍ତାକାଲି ସକାଳ ଛଅ ଟା ପର୍ଯ୍ୟନ୍ତ ଚବିଶ ଘଣ୍ଟା ଧରି କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଇଛି ମେଡିକାଲ ବଞ୍ଚାଓ କ୍ରିୟାନୁଷ୍ଠାନ କମିଟି । ଏଥିରେ ଦଳବଳ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ା ର ସମସ୍ତ ଜନସାଧାରଣ,ଏବଂ ଏହାକୁ ସମର୍ଥନ ମଧ୍ୟ ଜଣାଇଛନ୍ତି ସମଗ୍ର କେନ୍ଦ୍ରାପଡ଼ା ବାସିନ୍ଦା । ସହରର ସମସ୍ତ ରାସ୍ତା କୁ ଅବରୋଧ କରାଯାଇଛି,ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

୧୫୦ ବର୍ଷ ର କେନ୍ଦ୍ରାପଡ଼ା ର ମୁଖ୍ୟ ଚିକିତ୍ସାଳୟ କୁ ଚଞ୍ଚକତା କରି ଶ୍ୟାମାଗୁଡ଼ିଆ କୁ ସ୍ଥାନାନ୍ତରିତ କରିବା ଫଳରେ ସାଧାରଣ ଲୋକଙ୍କର ଆକ୍ରୋଶର ଶିକାର ହୋଇଛି ଜିଲ୍ଲାପ୍ରଶାସନ । ଏନେଇ ମେଡିକାଲ ବଞ୍ଚାଓ କ୍ରିୟାନୁଷ୍ଠାନରେ ଯୋଗ ଦେଇଥିବା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି , ଆମେ ମେଡିକାଲକୁ ସ୍ଥାନନ୍ତରଣ କରିବାକୁ ଦାବି କରିନଥିଲୁ । ବରଂ ଜିଲ୍ଲାରେ ଏକ ମେଡିକାଲ କଲେଜ୍ ଖୋଲିବାକୁ ଦାବି କରିଥିଲୁ । ଏସବୁ ନକରି ‘ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ କିମି ଦୂରକୁ ଉଠାଇ ନେଲେ। ଫଳରେ ଏହା ଉପରେ ନିର୍ଭରଶୀଳ ଥିବା ପ୍ରାୟ ଦେଢ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି। ସ୍ୱାସ୍ଥ୍ୟସେବା ପାଇବାକୁ ଖୁବ୍ ହୀନସ୍ତା ହେଉଛନ୍ତି।

Advertisement

ତେଣୁ ତୁରନ୍ତ ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁରୁଣା ସ୍ଥାନକୁ ଫେରାଇ ଆଣିବା ସହ ନୂଆ ଜାଗାରେ ଏକ ମେଡିକାଲ କଲେଜ ସ୍ଥାପନ କରାଯାଉ । ସରକାର ତୁରନ୍ତ ସମସ୍ୟାର ସମାଧାନ ପାଇଁ ଘୋଷଣା କରି ଆଲୋଚନା କରନ୍ତୁ, ନଚେତ ଆନ୍ଦୋଳନ ତୀବ୍ରତର ହେବ । ଯଦି ଆଜିର ଏହି ବନ୍ଦ ଡାକରା ପରେ ପ୍ରଶାସନ ସତର୍କ ନହୁଏ ଆଗାମୀ ଦିନରେ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ସଙ୍ଘ ର କାର୍ଯ୍ୟକର୍ତା ମାନେ ଚେତାବନୀ ଦେଇଛନ୍ତି ।
ରାଜ୍ୟ ସରକାର କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି। ମେଡିକାଲକୁ ବନ୍ଦ କରି ତାହାକୁ ଏକ ଭୂତ କୋଠିରେ ପରିଣତ କରିଛନ୍ତି। ଇଚ୍ଛାପୁର ଏକ ପଞ୍ଚାୟତ ହୋଇଥିବା ବେଳେ ସହର ମୁଖ୍ୟରୁ ସେଠାକୁ କିପରି ମେଡିକାଲ ଉଠାଇ ନେଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ଜିଲ୍ଲା ମୁଖପାତ୍ର ତେଜେଶ୍ୱର ପରିଡା ।


କେନ୍ଦ୍ରାପଡାରେ ମେଡିକାଲ ଥାଇ ମଧ୍ୟ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲ କିମ୍ବା କୌଣସି ପ୍ରାଇଭେଟ୍ ଦୁଆରକୁ ଯିବାକୁ ପଡୁଛି । କେନ୍ଦ୍ରାପଡ଼ାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେଡ ସମସ୍ୟା ରହୁଥିବା ବେଳେ ବହୁ ଡିପାର୍ଟମେଣ୍ଟ ଖୋଲା ଯାଇ ପାରୁ ନ ଥିଲା। ତେଣୁ ଶ୍ୟାମଗୁଡ଼ିଆରେ ଏକ ୬ ତାଲା ବିଲ୍ଡିଂ କରାଯାଇ ସେଠାକୁ ସବୁ ଡିପାର୍ଟମେଣ୍ଟକୁ ଉଠାଗଲାଣି। ଗତ ଜାନୁଆରୀ ୯ ତାରିଖରୁ ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ବହୁ ନୂଆ ୟୁନିଟ ବି ଖୋଲା ଯାଇଛି। ହେଲେ କେନ୍ଦ୍ରାପଡ଼ା ସହରରୁ ଦୂର ହେଉଥିବା କହି ମେଡିକାଲକୁ ପୁରୁଣା ସ୍ଥାନକୁ ଫେରାଇ ଆଣିବା ଦାବିରେ ଆନ୍ଦୋଳନକୁ ଜୋରଦାର କରାଯାଉଛି।

new district hopital

Leave a Reply

Your email address will not be published. Required fields are marked *