କାହା ପାଇଁ ଜନତା ବିକାଶ ଯୋଜନା ? ଅସହାୟ ନୃପତିଙ୍କ ପାଇଁ ସରକାରୀ ସହାୟତା ସାତସପନ..
1 min readଭୁବନେଶ୍ୱର : ସରକାର ଜନତାଙ୍କ ବିକାଶ ନେଇ ଯୋଜନା ପରେ ଯୋଜନା କରୁଛନ୍ତି । ମାତ୍ର ସରକାରୀ ବାବୁ ମାନଙ୍କ ଅବହେଳା ପାଇଁ ଯୋଜନା ରୁ ସୁବିଧା ହାସଲ କରିବାରେ ସାଧାରଣ ଜନତା ଅସମର୍ଥ ହେଉଛନ୍ତି । ଯେପରି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ହୁରାସାହି ଗାଁ ର ନୃପତି ମିଶ୍ରଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଛି ଅବହେଳା । ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ନୃପତି । ସରକାରୀ ସହାୟତା ପରିବାର ପାଇଁ ସାତ ସପନ ପାଲଟିଛି ।
ପରିବାର କହିଲେ ଜନ୍ମ ସମୟରୁ ଗୋଟିଏ ଆଖି ହରାଇଥିବା ନୃପତି ବୃଦ୍ଧା ମା ସୋଶୀଳା ଓ ପୁଅ । ସରକାର ସଭିଙ୍କ ମୁଣ୍ଡ ଉପରେ ପକ୍କା ଛାତ ନେଇ ଯୋଜନା କରୁଥିବା ବେଳେ ନୃପତିଙ୍କ ପରିବାର ପାଇଁ ତାହା ଅପହଞ୍ଚ ପାଲଟିଛି । ଦୀର୍ଘ ଦିନ ଧରି ଭଙ୍ଗା ଚାଳ ଛପର ଘରେ ବସବାସ କରୁଥିବା ରୁ ଝଡି, ବର୍ଷା ବାଆ ତୋଫାନ ରେ ଘର ଛାଡି ଭୋକ ଉପାସରେ ପଡୋଶୀଙ୍କ ଘରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ର ଶୁଭ ଦୃଷ୍ଟି ପଡୁଛି ନୃପତିଙ୍କ ପରିବାର ଉପରେ କ୍ଷ ନା ପ୍ରଶାସନର ଅବହେଳା ଗୁଣା ଯୋଗୁ ଦୁଖ କଷ୍ଟରେ ଦିନ କାଟିବାକୁ ପଡିବ ନୃପତିଙ୍କୁ ।