Pratidin TV

Odisha's Digital News Platform

ପୁଣି ପ୍ରେମରେ ପ୍ରତାରଣା : ରାତି ଅଧରେ ଫେରାର୍ ହେଲେ , ଦଳିତ ପରିବାରର ବୋଲି ଘରକୁ ନନେଇ ଛାଡିଦେଲେ ..


କେନ୍ଦ୍ରାପଡା : ପୁଣି ଆଉ ଏକ ପ୍ରେମିକ ଘର ଆଗରେ ପ୍ରେମିକା ର ଧାରଣା । ପୁଣି ମିଳିଲା ପ୍ରେମରେ ଧୋକା । ପ୍ରେମିକାକୁ ଧରି ରାତିଅଧରେ ଫେରାର୍ ହେଲା ପ୍ରେମିକ , ଘରୁ ଫୋନ ଆସିବା ପରେ ବଦଳିଗଲା ମନ । ଅଧା ରାସ୍ତାରେ ଏକୁଟିଆ ଛାଡିଦେଇ ଚାଲିଗଲା ପ୍ରେମିକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅଧିନସ୍ତ କପାଳେଶ୍ଵର ପଞ୍ଚାୟତ ଅନ୍ତର୍ଗତ କପାଳେଶ୍ଵର ଗାଁରେ ।

ସୂଚନା ମୁତାବକ କପାଳେଶ୍ଵର ଗାଁ ର ସଚିନ୍ଦ୍ର ବାରିକ ନିଜ ଗାଁ ଛକରେ କରିଥିବା ଏକ ପାନଦୋକାନକୁ ସିହି ଗାଁର ଧୂର୍ଵ ମଲ୍ଲିକ ଙ୍କ ଝିଅ ଅର୍ଚନା ଗରାଖ ଭାବେ ଯିବା ଆସିବା କରନ୍ତି । ଆଉ ଏଇ ଯିବା ଆସିବା ଭିତରେ ଉଭୟଙ୍କ ମଧ୍ୟରେ ଗଢିଉଥିଲା ପ୍ରେମ ସମ୍ପର୍କ । ଆଉ ଏହା ମଧ୍ୟରେ ବିତିଯାଇଛି ଏକ ବର୍ଷ । ତେବେ ଝିଅ ଦଳିତ ପରିବାର ର ହୋଇଥିବାରୁ ସଚିନ୍ଦ୍ରଙ୍କ ପରିବାର ଅର୍ଚନାକୁ ସହଜରେ ଗ୍ରହଣ ନକରିବା ସନ୍ଦେହରେ ଉଭୟ ପ୍ରେମୀ ଯୁଗଳ ଗତକାଲି ରାତିରୁ କେଉଁ ଆଡ଼େ ପଳାଇଯିବା ପାଇଁ ସ୍ଥିର କରିଥିଲେ ଏବଂ ଉଭୟ ରାତି ପ୍ରାୟ ଦୁଇଟା ପର୍ୟ୍ୟନ୍ତ କପାଳେଶ୍ଵର ମହାଦେବ ଙ୍କ ବାଡ଼ିରେ ବସି ରହିବା ପରେ ଯାଇଥିଲେ ଗୋପ ଛକ ତେବେ ବାଟରେ ପୋଲିସ ଦୁହିଁଙ୍କୁ ଅଟକାଇଥିଲା ।

ଆମେ ଲଭ କେଶରେ ପଳାଇ ଯାଉଛୁବୋଲି କାହିଁ ସେଠାରୁ ଯାଇ ପୁଣି ବଳିଆ ନିକଟରେ ପୋଲିସ ହାବୁଡ଼ରେ ପଡ଼ିଥିଲେ ତେବେ ଏହି ସମୟରେ ଭଉଣୀର ଫୋନ ପାଇଁ ଭାଇ ସଚିନ୍ଦ୍ର ଅର୍ଚନାକୁ ଧରି ସେହିଠାରୁ ଘରକୁ ଫେରିଥିଲେ ହେଲେ ଫେରିବା ପରେ ସଚିନ୍ଦ୍ର ଅର୍ଚନାକୁ ନିଜ ଘରକୁ ନନେଇ ଘରୁ ତଡିଦେଥିଲେ । ତେବେ ଅର୍ଚନା ଙ୍କ କହିବାକଥା ମୋତେ ଭଲପାଇଲେ ମୋସହିତ ଶାରୀରିକ ସମ୍ପର୍କ ରଖି ଦେହର ଭୋକ ମେଣ୍ଟାଈଲ ଏକେ ମୂଁ କଣ କରିବି । ସଚିନ୍ଦ୍ରଙ୍କ ପରିବାର ଅର୍ଚନାକୁ ଗ୍ରହଣ ନକରିବାରୁ ଅର୍ଚନା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରି ସଚିନ୍ଦ୍ର ଙ୍କ ଘର ଦାଣ୍ଡ ପିଣ୍ଡାରେ ଧାରଣାରେ ବସିଛି । ଏ କଥା ଆମେ କହୁନୁ କହୁଛନ୍ତି ଖୋଦ ପୀଡିତା ।

Leave a Reply

Your email address will not be published. Required fields are marked *